ଦିଲ୍ଲୀ ଦରବାରରେ ମାଲକାନଗିରିର ୧୭ ବର୍ଷର ଯୁବକ ଅଭିଷେକ୍ ବାଗଚୀ ସର୍ବଭାରତୀୟ ସ୍ତରରେ ସମ୍ପନ୍ନ ଆଲି କ୍ଲବ ଟିନ୍ ଇଣ୍ଡିଆ ୨୦୧୯ ମଡେଲିଂ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ କରି ବିଜେତା ହେବା ପରେ ଏବେ ପୁଣି ଜାତୀୟ ସ୍ତରରେ ଓଡିଶାକୁ ଗର୍ବାନ୍ୱିତ କରିଛନ୍ତି ଆଉ ଜଣେ ଓଡ଼ିଆ ପୁଅ ।
ମିସ୍ ଇଣ୍ଡିଆ ଚାର୍ମିଙ୍ଗ୍ ଫେସରେ ଓଡିଶାରୁ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ ମନୋନିତ ହୋଇଛନ୍ତି ଓଡିଆ ପୁଅ ରାଜେଶ୍ ରଞ୍ଜନ ମହାନ୍ତି । ଯେଉଁଥିପାଇଁ ଏବେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ଓଡିଶାରେ ସେପ୍ଟେମ୍ବର ୩୦ ତାରିଖରୁ ୩ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୫ ପ୍ରତିଯୋଗୀଙ୍କୁ ଅକ୍ଟୋବର ୧୩ ତାରିଖରେ ଜାତୀୟ ସ୍ତରର ଗ୍ରାଣ୍ଡ ଫାଇନାଲରେ ଓଡିଶାରୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିବ ।
ଇଣ୍ଡିଆ ଚାର୍ମିଙ୍ଗ୍ ଫେସ୍ ହେଉଛି ଭାରତର ଏକ ବଡ ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଉଭୟ ବିଜେତା ଏବଂ ବିଜୟିନୀଙ୍କୁ ପୁରସ୍କୃତ କରାଯାଏ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ବାୟୋଡାଟା ସହ ଇଚ୍ଛୁକ ପ୍ରାର୍ଥୀଙ୍କୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବାୟୋଡାଟା ଏବଂ ଫଟୋ ଦେଇ ଆପ୍ଲାଏ କରିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/5-2.jpg)
/kanak/media/post_attachments/wp-content/uploads/2019/08/miss-india-charming-240x300.jpg)
/kanak/media/post_attachments/wp-content/uploads/2019/08/miss-india-768x553-300x216.jpg)