କନକ ବ୍ୟୁରୋ:  ଆଜି ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ। ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଜାଭଲିନରେ ଆଜି ଅଭିଯାନ ଆରମ୍ଭ କରିବେ ଓଡ଼ିଆ ପୁଅ କିଶୋର ଜେନା । ଅମିତ ରୋହିଦାସଙ୍କ ପରେ ଅଲିମ୍ପିକ୍ସ ଖେଳୁଥିବା ଦ୍ୱିତୀୟ ଓଡ଼ିଆ ପୁଅ ହେଉଛନ୍ତି କିଶୋର । ଅଲିମ୍ପିକ୍ସରେ ଜାଭଲିନ ଖେଳିବାରେ ମଧ୍ୟ ପ୍ରଥମ ଓଡ଼ିଆ ହେଉଛନ୍ତି କିଶୋର ।

କିଶୋରଙ୍କ ସହ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନିରଜ ଚୋପ୍ରା ମଧ୍ୟ ମୈଦାନକୁ ଓହ୍ଲାଇବେ । ଉଭୟଙ୍କଠାରୁ ପଦକ ଆଶା ରଖିଛି ଦେଶ । ଦିନ ୧ଟା ୫୦ରେ ଗ୍ରୁପ-ଏ ଯୋଗ୍ୟତା ପର୍ୟ୍ୟାୟରେ ଖେଳିବେ କିଶୋର । ସେହିପରି ନିରଜଙ୍କ ଗ୍ରୁପ-ବି ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ୍ ଅପରାହ୍ନ ୩ଟା ୨୦ରୁ ଆରମ୍ଭ ହେବ । ଚଳିତ ଅଲିମ୍ପିକ୍ସରେ ନିରଜଙ୍କ ପାଖରେ ରହିଛି ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିବାର ସୁଯୋଗ । ସେହିପରି କିଶୋର ଜେନାଙ୍କଠାରୁ ମଧ୍ୟ ପଦକ ଜିତିବା ନେଇ ଆଶା ରହିଛି ।