କନକ ବ୍ୟୁରୋ: ଆଜି ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜାଭଲିନ୍ ଉପରେ ସମସ୍ତଙ୍କ ନଜର । ଫାଇନାଲ ଖେଳିବେ ଓଡିଆ ପୁଅ କିଶୋର ଜେନା । ସେହିପରି ନୀରଜ ଚୋପ୍ରାଙ୍କୁ ଟକ୍କର ଦେବେ ପାକିସ୍ତାନର ଅର୍ସଦ ନଦୀମ ।

Advertisment

ଇତିହାସ ରଚିଲେ ଓଡ଼ିଆ ପୁଅ କିଶୋର ଜେନା । ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସରେ ଅଂଶଗ୍ରହଣ କରିଥିବା କିଶୋର ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ।ହଙ୍ଗେରୀର ବୁଦାପେଷ୍ଟଠାରେ ଚାଲିଥିବା ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ୍ ଥ୍ରୋର କ୍ୱାଲିଫାଇଂ ରାଉଣ୍ଡରେ କିଶୋର ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ଆଟେମ୍ପଟରେ ୮୦ ଦଶମିକ ୫୫ ମିଟର ଜାଭେଲିନ୍ ଫିଙ୍ଗିଥିଲେ । ସେ ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ତାଲିକାର ୯ନଂ ସ୍ଥାନରେ ରହିଛନ୍ତି ।