ଆମାଜନ କିଣ୍ଡଲରେ ‘ଦୁର୍ଗାପୂଜା’ କଥା : ଫଟୋରେ ଫଟୋରେ ଓଡ଼ିଶା ଦଶହରାର ପରମ୍ପରା ବଖାଣିଲେ ଓଡ଼ିଆ ପୁଅ । 

Advertisment
ଆମାଜନ କିଣ୍ଡଲରେ ‘ଦୁର୍ଗାପୂଜା’ କଥା : ଫଟୋରେ ଫଟୋରେ ଓଡ଼ିଶା ଦଶହରାର ପରମ୍ପରା ବଖାଣିଲେ ଓଡ଼ିଆ ପୁଅ । 

କନକ ବ୍ୟୁରୋ: ଓଡ଼ିଶାର ଦଶହରା ପରମ୍ପରା ବିଷୟରେ ଜାଣିଛନ୍ତି କି? କିଭଳି ପୂରାତନ ସମୟରୁ ରାଜ୍ୟର ପ୍ରମୂଖ ସ୍ଥାନରେ ପାଳନ ହେଉଛି ଦଶହରା ତାହା ଜାଣିବା ଏବେ ସହଜ ହେଲା କାରଣ, ଆମାଜନ୍ ଇ-ବୁକ୍ କିଣ୍ଡଲରେ ଉପଲବ୍ଧ ହେଲା ଓଡ଼ିଆ ‘ଦୁର୍ଗାପୂଜା’ । ଏଥର ଦୁର୍ଗାପୂଜା ଅବସରରେ ଓଡ଼ିଶାର କିଛି କିଛି ଦୁର୍ଗାପୂଜାର ଫଟୋଚିତ୍ର ସହ ପରମ୍ପରା ରୀତିନୀତି ଓ ଆୟୋଜନ ସମ୍ୱନ୍ଧୀୟ ସ୍ୱଳ୍ପ ସୂଚନା ପ୍ରଦାନ କରି ଏକ ପୁସ୍ତକ ରଚନା କରିଛନ୍ତି ଓଡ଼ିଆ ଯୁବକ ସଂଗ୍ରାମ କେଶରୀ ସେନାପତି ।

publive-imageଆମାଜନର କିଣ୍ଡଲରେ ଉପଲବ୍ଧ ହୋଇଥିବା ଏହି ବହିରେ ରହିଛି ଓଡ଼ିଶା ଦୁର୍ଗାପୂଜାର ବିଲ୍ୱବରଣୀ ଠାରୁ ଆରମ୍ଭ କରି ଦଶହରାର ଟିକନିଖ ତଥ୍ୟ । ତେବେ ସଂଗ୍ରାମଙ୍କ ଇ-ପତ୍ରିକା ଶୁଭପଲ୍ଲବ ଦ୍ୱାରା ପ୍ରକାଶିତ ହୋଇଥିବା ଏହି ପୁସ୍ତକ ଏବେ ଓଡ଼ିଆ ଭାଷା ସମେତ ଇଂରାଜୀ, ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ଭାଷାରେ ଉପଲବ୍ଧ ହେଉଛି । ସେଥିରେ ଓଡ଼ିଶାର ପ୍ରମୁଖ ସ୍ଥାନର ପୂଜା ଫଟୋଗୁଡ଼ିକ ନେଇ ପ୍ରସ୍ତୁତ ହୋଇଛି ଏହି ଫଟୋବୁକ୍, ଯାହା ଆପଣଙ୍କୁ ସଂକ୍ଷିପ୍ତରେ ଦଶହରା ବିଷୟରେ ଅବଗତ କରାଇହେବ ।

publive-imageସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଆ ଉଇକିପିଡ଼ିଆରେ ଅଧିକ ସମୟ ଯାଏଁ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ପ୍ରସଙ୍ଗ ଲେଖି ବିଶ୍ୱ ରେକର୍ଡ଼ ସୃଷ୍ଟି କରିଥିବା ସଂଗ୍ରାମଙ୍କ ଏହି ପୁସ୍ତକରେ ଓଡ଼ିଶାର ଭଦ୍ରକ ଏବଂ କଳାହାଣ୍ଡି ଜିଲ୍ଲାରୁ ସଂଗୃହୀତ କିଛି ଫଟୋଚିତ୍ରକୁ ସଜାଇ ନିର୍ମିତ ହୋଇଛି ଏକ ପୁସ୍ତକ । ଆଉ କିଣ୍ଡଲର ନିୟମରେ ଥିବା ସର୍ବନିମ୍ନ ମୂଲ୍ୟ ୬୯ଟଙ୍କାରେ ଏହି ବହିଟି କିଣ୍ଡଲରେ ଉପଲବ୍ଧ । ଏହି ବହିଟି ଓଡ଼ିଆରେ ରଚିତ ହୋଇଥିବାରୁ ସପ୍ତମୀ ପୂଜାଠାରୁ ଦଶହରାଯାଏଁ ଏହି ବହିଟିକୁ ଆପଣ କିଣ୍ଡଲରୁ ମୁକ୍ତ ଭାବରେ ପାଇପାରିବେ ବୋଲି ସଂଗ୍ରାମ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe