କନକ ବ୍ୟୁରୋ : ସିବିଏସଇ ନ୍ୟାସନାଲ ଗେମସରେ ସ୍କେଟିଂ ରୌପ୍ୟ ଜିତିଛନ୍ତି ଓଡ଼ିଆ ପୁଅ ଦେବାଂଶ । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଜାତୀୟ ସ୍ତରରେ ମେଡାଲ ହାତେଇଛନ୍ତି । ବଡ଼ କଥା ହେଲା କାରଣ ସିନ୍ଥେଟିକ ଟ୍ରାକ ଅଭାବ ଥିବାରୁ ସେ ଟାଇଲ ଉପରେ ହିଁ ଅଭ୍ୟାସ କରୁଥିଲେ ।

Advertisment

ଭୁବନେଶ୍ୱର ଉତ୍କଳ ୟୁନିକର୍ଣ୍ଣ କ୍ଲବରେ ପ୍ରାୟ ୨ଶହରୁ ଅଧିକ ଖେଳାଳି ଅଭ୍ୟାସ କରନ୍ତି । ବୁଦ୍ଧ ଜୟନ୍ତୀ ପାର୍କରେ ଗୋଟିଏ ଟାଇଲର ଟ୍ରାକ ଥିବା ବେଳେ ଏଠାରେ ଖେଳାଳିମାନେ ଅଭ୍ୟାସ କରିଥାନ୍ତି । ତେଣୁ ଗୋଟିଏ ସିନ୍ଥେଟିକ ଟ୍ରାକ ତିଆରି ପାଇଁ ଦାବି ହୋଇଛି ।