କନକ ବ୍ୟୁରୋ : ରାଜ୍ୟ ବାହାରେ ଓଡ଼ିଆ ପୁଅ ଆଦ୍ୱିକ୍ ପଟ୍ଟନାୟକଙ୍କ ସଫଳତା । ରାଜସ୍ଥାନ ବିକାନିରରେ ଅନୁଷ୍ଠିତ ଅଲ୍ଟିମେଟ ଡେଜଟ ଚ୍ୟାଲେଞ୍ଜରେ ସର୍ବକନିଷ୍ଠ ପ୍ରତିଯୋଗୀତାରେ ଚମ୍ପିୟାନ ହୋଇଛନ୍ତି  ଆଦଭିକ୍ । ମାତ୍ର ୧୩ ବର୍ଷ ବୟସରେ ମରୁଭୂମିରେ ପୋଲାରିସ ସ୍ପୋର୍ଟସ ଭେଇକଲ ଚଳାଇବାରେ ସୌଖିନ ବର୍ଗରେ ଚମ୍ପିୟାନ ହୋଇଛନ୍ତି । ଏହି ସଫଳତା ପାଇବାରେ ଆଦ୍ୱିକ୍ ପ୍ରଥମ ଓଡ଼ିଆ । ୨୦୧୪ରୁ ଡନ ଆଡ଼ଭେଂଚର ସ୍ପୋଟର୍ସ କ୍ଲବ ଏହି ପ୍ରତିଯୋଗିତାର ଆୟୋଜନ କରି ଆସୁଛି । ଏପର୍ଯ୍ୟନ୍ତ ମାତ୍ର ୬ଥର ପ୍ରତିଯୋଗିତା ହୋଇଥିଲେ ମଧ୍ୟ ଏହା ବେଶ ଲୋକପ୍ରିୟ ହୋଇପାରିଛି ।

Advertisment