ଦିଲ୍ଲୀରେ ବିଧାନସଭା ନିର୍ବାଚନୀ ପ୍ରଚାର ମଙ୍ଗ ଧରିଲେ ଓଡିଶା ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ପ୍ରମୁଖ ଦଳ ମାନଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଛି । ବିଜେପି, କଂଗ୍ରେସ ଏବଂ ଆପ୍ ନିଜ ନିଜ ଶୈଳୀରେ ପ୍ରଚାରରେ ମାତିଛନ୍ତି। ଆଜି ଏହି ପ୍ରଚାରରେ ଓଡ଼ିଶାର ବିଜେପି ନେତା ସାମିଲ୍ ହୋଇଛନ୍ତି।
ସୂଚନା ଅନୁସାରେ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ନେତା କେଭି ସିଂହଦେଓ ତଥା ଓଡ଼ିଶା ବିଜେପିର ଆଉ କିଛି ନେତା ଆଜି ପ୍ରଚାର କାର୍ୟ୍ୟରେ ସାମିଲ ହୋଇଥିଲେ। ଏହି ନେତାମାନେ କରୋଲବାଗ୍, ମାତିଆଲା ଓ ସୁଲତାନପୁରୀ ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିଥିଲେ।
Follow Us