କନକ ବ୍ୟୁରୋ : ରିଲିଫ ଆସିଥିଲା ଓଡିଶାର ବାତ୍ୟା ବିପନ୍ନଙ୍କ ପାଇଁ କିନ୍ତୁ ଅଟଳିଗଲା ଅଧାରାସ୍ତାରେ । କାହିଁକି ନା ରିଲିଫ ସାମଗ୍ରୀକୁ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନଥିଲା । ଏପରି ଘଟଣା ଘଟିଛି ମୁମ୍ବାଇ ଓଡିଶା ଭବନରେ । ଓଡିଆ କମ୍ୟୁନିଟିର କିଛି ଲୋକ ରିଲିଫ ସାମଗ୍ରୀ ଆଣି ଓଡିଶା ଭବନ ଆସିଥିଲେ ମଧ୍ୟ ସେଠାରେ ଏହାକୁ ରଖିବା ପାଇଁ ଅନୁମତି ମିଳିନଥିଲା । ବାଧ୍ୟ ହୋଇ ଓଡିଆ କମ୍ୟୁନିଟି ପକ୍ଷରୁ ଏହି ସାମଗ୍ରୀକୁ କେରଳ ଭବନରେ ରଖାଯାଇଛି ।
/kanak/media/post_attachments/wp-content/uploads/2019/05/vlcsnap-error867.png)
ପରେ ଓଡିଆ କମ୍ୟୁନିଟିର ଏହି ସଦସ୍ୟମାନେ କେରଳ ଭବନରେ ଏହି ରିଲିଫ ସାମଗ୍ରୀ ରଖିବାପାଇଁ ନିବେଦନ କରିଥିଲେ । କେରଳ ଭବନର ଅଧିକାରୀମାନେ ତୁରନ୍ତ ରିଲିଫ ରଖିବାର କାରଣ ଜାଣିବା ପରେ ରଖିବା ପାଇଁ ଆଗ୍ରହର ସହ ରାଜି ହୋଇଥିଲେ । ଆଉ ଶେଷରେ ସେଠାରେ ରହିଥିଲା ରିଲିଫ । ବିଡମ୍ବନାର ବିଷୟ ହେଲା, ଓଡିଶାରେ ଲକ୍ଷାଧିକ ବାତ୍ୟା ବିପନ୍ନଙ୍କ ପାଇଁ ରିଲିଫ ଜରୁରୀ ହୋଇପଡିଥିବା ବେଳେ ଓଡିଶା ଭବନ ଏଥିପାଇଁ ମନାକରିଥିଲା ଓ କେରଳ ଭବନ ରାଜି ହୋଇଥିଲା ।