୨୦୨୦ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା : ଓଡ଼ିଆ ଭାଷାରେ ଯଶୋଧାରା ମିଶ୍ରଙ୍କୁ ମିଳିବ ପୁରସ୍କାର

324

କନକ ବ୍ୟୁରୋ : ଓଡ଼ିଆ ଭାଷା ପାଇଁ ୨୦୨୦ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଓଡିଆ ଗଳ୍ପ ସଂକଳନ ‘ସମୁଦ୍ର କୂଳ ଘର’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଯଶୋଧାରା ମିଶ୍ର । ଏକ ସ୍ୱତନ୍ତ୍ର ଉତ୍ସବରେ ଡକ୍ଟର ମିଶ୍ରଙ୍କୁ ତାମ୍ରଫକଳ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ‘ସମୁଦ୍ର କୂଳ ଘର’ ସଂକଳନରେ ୭ଟି ଗଳ୍ପ ସ୍ଥାନିତ ହୋଇଛି ।

ଡକ୍ଟର ଯଶୋଧାରା ମିଶ୍ର ହେଉଛନ୍ତି ପ୍ରଖ୍ୟାତ ଲେଖକ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଝିଅ । ୧୯୫୧ ମସିହାରେ ସମ୍ବଲପୁରରେ ତାଙ୍କର ଜନ୍ମ । ମଧ୍ୟପ୍ରଦେଶ ସରୋଜିନୀ ନାଇଡୁ କଲେଜରେ ଅଧ୍ୟାପନାରୁ ଅବସର ନେବା ପରେ ଦିଲ୍ଲୀରେ ରହୁଛନ୍ତି । ସାହିତ୍ୟ ଏକାଡେମୀର ଇଂରାଜୀ ପତ୍ରିକା ଇଣ୍ଡିଆନ୍ ଲିଟ୍ରେଚରର ପ୍ରଥମ ମହିଳା ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି ।