ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେଲେ ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକ

95

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେଲେ ଓଡ଼ିଆ ବାୟୁସେନା ଅଧିକାରୀ । ଏୟାର ମାର୍ଶଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିକଟରେ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ କମାଣ୍ଡର ନିଯୁକ୍ତ ହୋଇଛନ୍ତି । ପ୍ରଥମ ଓଡ଼ିଆ ଭାବେ ତାଙ୍କୁ ଏହି ଦାୟିତ୍ୱ ମିଳିଛି ।

ଭୁବନେଶ୍ୱରରେ ଦିଲ୍ଲୀପଙ୍କ ଘର ହୋଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ଏକରେ ପାଠ ପଢ଼ିଥିଲେ । ନିଜର ଉଚ୍ଚମାନର କର୍ତବ୍ୟ ସମ୍ପାଦନ ପାଇଁ ସେ ବାୟୁସେନା ମେଡାଲରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ୧୯୯୯ କାରଗିଲ ଅପରେସନ ବେଳେ ତାଙ୍କର ସାହସିକତା ପାଇଁ ଏହି ସମ୍ମାନ ମିଳିଥିଲା । ଅପରେସନ ରକ୍ଷକ ବେଳେ ସେ ବିପଦପୂର୍ଣ୍ଣ ସ୍ଥାନରେ ୨୭ ଥର ବିମାନ ଉଡ଼ାଇଥିଲେ । ଏହାସହ ଟାଇଗର ହିଲ୍ ଉପରେ ସେ ପ୍ରଥମ ଲେଜର ଗାଇଡେଡ୍ ବୋମା ପକାଇଥିଲେ । ଦିଲ୍ଲୀପ କୁମାର ପଟ୍ଟନାୟକ ୧୯୮୪ରେ ବାୟୁସେନାରେ ଯୋଗଦେଇଥିଲେ । ମିରେଜ୍ ଓ ମିଗ୍ ପରି ବିଭିନ୍ନ ପ୍ରକାର ଯୁଦ୍ଧ ବିମାନ ଚଳାଇବାରେ ସେ ଅଭିଜ୍ଞ ।