କନକ ବ୍ୟୁରୋ: ଅନୁଗୁଳ କଣିହାଁରେ ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଆକ୍ରମଣ ପରେ ସେ ଆଜି ଏନେଇ ଏକ ସାମ୍ବାଦିକ ସମ୍ମଳନୀ କରିଛନ୍ତି । ଦୋଷୀକୁ ତୁରନ୍ତ ଗିରଫ କରିବାକୁ ରାଜ୍ୟ ସିନେ କଳାକାର ସଂଘ ପକ୍ଷରୁ ଦାବି ହୋଇଛି । ପୁଲିସ ପ୍ରଶାସନ ଉପରୁ ଭରସା ଉଠିଗଲାଣି ବୋଲି ଉଷସୀ କହିଛନ୍ତି । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଡିଜିଙ୍କୁ ଭେଟିବେ ବୋଲି କହିଛନ୍ତି ।
ଅସଦାଚରଣ ସମୟରେ ଯାତ୍ରାକମିଟିର କେହି ତାଙ୍କୁ ସାଥ ଦେଇନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଘଟଣାର ୩ ଦିନ ପରେ ମଧ୍ୟ କାହାରିକୁ ଗିରଫ କରାଯାଇନାହିଁ । ତୁରନ୍ତ ଦୋଷୀଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି ।
ଉଲ୍ଲେଖ ଥାଉ କି, କିଛିଦିନ ତଳେ ନାଟକରେ ଅଭିନୟ କରିବା ପାଇଁ ଅନୁଗୁଳ ଯାଇଥିଲେ ଉଷସୀ ମିଶ୍ର । ଆଉ କଣିହାଁ ନିକଟ ଡେରଙ୍ଗରେ ଏହି ଅଘଟଣ ଘଟିଥିଲା । ଏନେଇ ସେ କଣିହାଁ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଯାତ୍ରା ଚାଲିଥିଲା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିଲେ । ଏପରିକି ତାଙ୍କୁ ଗାଳିଗୁଲଜ ସହ ତାଙ୍କ ଗାଡ଼ି ମଧ୍ୟ ଭାଙ୍ଗିବା ନେଇ ଅଭିଯୋଗ ହୋଇଥିଲା। ତେବେ ସୋସିଆଲ ମିଡ଼ିଆରେ ଏହି ଅଘଟଣ ବିଷୟରେ ଉଷସୀ ମିଶ୍ର ପୋଷ୍ଟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-25-at-2.10.21-PM.png)
/kanak/media/post_attachments/wp-content/uploads/2018/04/vlcsnap-2018-04-23-20h07m51s408-1-300x240.png)
/kanak/media/post_attachments/wp-content/uploads/2018/04/vlcsnap-2018-04-23-20h08m00s070-1-300x240.png)