ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲାର ତନାଘନା : ନିକିତାଙ୍କ ଘରକୁ ଯାଇ ଆଜି ଛାନଭିନ୍ କରିବ ସାଇଣ୍ଟିଫିକ୍ ଟିମ

ଏପଟେ ଚାଉଳିଆଗଂଜ ଥାନାରେ ସ୍ୱାମୀଙ୍କୁ ପଚରା ଉଚରା

158

କନକ ବ୍ୟୁରୋ: ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା ତଦନ୍ତ ଆରମ୍ଭ କରିିଛି ପୁଲିସ । ଆଜି ସାଇଂଟିଫିକ୍ ଟିମ ନିକିତାଙ୍କ ଘରେ ଯାଇ ଯାଂଚ କରିବ । ସେ କିଭଳି ଓ କେଉଁ ପରିସ୍ଥିତିରେ ଛାତରୁ ପଡିଲେ ସେ ନେଇ ଖୋଳତାଡ କରାଯିବ । ଅନ୍ୟପଟେ ଗତକାଲିଠୁ କଟକ ଚାଉଳିଆଗଂଜ ଥାନା ପୋଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଅଟକ ରଖିଛି । ନିକିତାଙ୍କ ମୃତ୍ୟୁ ନେଇ ତାଙ୍କୁ ପଚରାଉଚରା କରାଯାଉଛି ।

ନିକିତାଙ୍କ ମୃତ୍ୟୁ ନେଇ ତାଙ୍କ ବାପା, ନିକିତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ନାଁରେ ଚାଉଳିଆଗଂଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛିା

ଏକାଧିକ ଆଲବମ୍, ଫିଲ୍ମ ଏବଂ ସିରିଏଲରେ ଅଭିନୟ କରିଥିବା ଲଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଶୁକ୍ରବାର ରାତିରେ ଛାତଉପରୁ ପଡି ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ନିକିତା ତାଙ୍କ ବାପ ଘରେ ଥିଲେ । ତେବେ ନିକିତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଥିଲା । ପ୍ରାଥମିକ ପର୍ଯ୍ୟାୟରେ ଛାତ ଉପରୁ ପଡି ନିକିତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ନିକିତାଙ୍କ ବାପା, ନିକିତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ଚାଉଳିଆଗଂଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.