କନକ ବ୍ୟୁରୋ: ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା ତଦନ୍ତ ଆରମ୍ଭ କରିିଛି ପୁଲିସ । ଆଜି ସାଇଂଟିଫିକ୍ ଟିମ ନିକିତାଙ୍କ ଘରେ ଯାଇ ଯାଂଚ କରିବ । ସେ କିଭଳି ଓ କେଉଁ ପରିସ୍ଥିତିରେ ଛାତରୁ ପଡିଲେ ସେ ନେଇ ଖୋଳତାଡ କରାଯିବ । ଅନ୍ୟପଟେ ଗତକାଲିଠୁ କଟକ ଚାଉଳିଆଗଂଜ ଥାନା ପୋଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଅଟକ ରଖିଛି । ନିକିତାଙ୍କ ମୃତ୍ୟୁ ନେଇ ତାଙ୍କୁ ପଚରାଉଚରା କରାଯାଉଛି ।
ନିକିତାଙ୍କ ମୃତ୍ୟୁ ନେଇ ତାଙ୍କ ବାପା, ନିକିତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ନାଁରେ ଚାଉଳିଆଗଂଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛିା
ଏକାଧିକ ଆଲବମ୍, ଫିଲ୍ମ ଏବଂ ସିରିଏଲରେ ଅଭିନୟ କରିଥିବା ଲଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଶୁକ୍ରବାର ରାତିରେ ଛାତଉପରୁ ପଡି ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ନିକିତା ତାଙ୍କ ବାପ ଘରେ ଥିଲେ । ତେବେ ନିକିତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଥିଲା । ପ୍ରାଥମିକ ପର୍ଯ୍ୟାୟରେ ଛାତ ଉପରୁ ପଡି ନିକିତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ନିକିତାଙ୍କ ବାପା, ନିକିତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ଚାଉଳିଆଗଂଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/PHOTO-01034624-300x180.jpg)
/kanak/media/post_attachments/wp-content/uploads/2019/01/vlcsnap-2019-01-05-20h08m21s143-300x220.png)