ପୁଣି ଥରେ ନିଜ ଉଦାର ହୃଦୟର ପରିଚୟ ଦେଲେ ଅଭିନେତା ସବ୍ୟସାଚୀ: ଗୁଜୁରାଟରେ ଫସି ରହିଥିବା ମାର୍ଶାଘାଇ ଯୁବକଙ୍କୁ ଫେରାଇ ଆଣିଲେ ଓଡିଶା; ସ୍ନାୟୁ ଜନିତ ସମସ୍ୟା କାରଣରୁ ଅଚଳ ହୋଇଯାଇଥିଲା ଅଙ୍ଗ

669

କନକ ବ୍ୟୁରୋ: ଲକଡାଉନ ସମୟରେ ବନ୍ଧୁତ୍ୱର ନିଚ୍ଚକ ଉଦାହରଣ ଦେଖିବାକୁ ମିଳିଛି ଗୁଜୁରାଟରେ । ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କେନ୍ଦ୍ରାପଡାର ରମାକାନ୍ତ ଓ ତାଙ୍କ ସାଥୀ । ନିଜେ ରୋଜଗାର ହରାଇ ଅସୁବିଧାରେ ଥିଲେ ମଧ୍ୟ, ବାହାର ଜାଗାରେ ନିଜର କଷ୍ଟ ଉପାର୍ଜିତ ଧନକୁ ହସ୍ପିଟାଲରେ ଖର୍ଚ୍ଚ କରିଥିଲେ । ଶେଷରେ ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯିବା ପରେ ଯୁବକମାନେ ନିରୁପାୟ ହୋଇ ସେଠାରୁ ଉଦ୍ଧାର ପାଇଁ ଓଲିଉଡ ହିରୋ ସର୍ବସାଚୀଙ୍କ ଯୋଗାଯୋଗ କରିଥିଲେ ।

ଆଉ ସେମାନଙ୍କର ସମସ୍ତ ଅସୁବିଧା ଜାଣିବା ପରେ ସବ୍ୟସାଚୀ ସେଠାରୁ ଉଦ୍ଧାର ପାଇଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସେଠାରୁ ସିଧା ଟ୍ରେନ ନଥିବାରୁ ଦୁଇଟି କାର ଓ ଦୁଇଟି ଅଲଗା ଟ୍ରେନରେ ଓଡିଶା ଆସିବାର ବ୍ୟବସ୍ଥା କରାଯାଇଥିଲା । ଆଉ ସବ୍ୟସାଚୀଙ୍କ ସହାୟତାରେ ମାର୍ଶାଘାଇର ଏହି ଯୁବକମାନେ ଅସୁସ୍ଥ ଥିବା ସାଂଗକୁ ନେଇ ଏବେ ଓଡିଶାରେ ପହଚିଂଛନ୍ତି । ଭୁବନେଶ୍ୱରରେ ପହଚିଂବା ପରେ ଅସୁସ୍ଥ ଥିବା ଯୁବକଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏବେ ଅସୁସ୍ଥ କୁନା ପ୍ରଧାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ସରକାରଙ୍କ ନିୟମ ମାନି ସମେସ୍ତ ଗାଁରେ ଥିବା ସଂଗରୋଧ କେନ୍ଦ୍ରରେ ରହିଛନ୍ତି ।

କେନ୍ଦ୍ରାପଡା ମାର୍ଶାଘାଇର ୫ ଜଣ ଯୁବକ  ଗୁଜୁରାଟର ଏକ ସୂତା ମିଲରେ କାମ କରୁଥିଲେ । କିନ୍ତୁ ଲକଡାଉନ ପରେ ସେଠାରୁ ଓଡିଶା ଫେରିପାରିନଥିଲେ । ତାଲାବନ୍ଦ ଯୋଗୁ କଂପାନୀ ବନ୍ଦ ହୋଇଯାଇଥିବା ବେଳେ ସେଠାରେ ବହୁ ଅସୁବିଧାରେ ରହିଥିଲେ ।ହେଲେ ଦୁଇ ସପ୍ତାହ ତଳେ ସେମାନଙ୍କ ସହ ଥିବା କୁନା ପ୍ରଧାନ ହଠାତ ଅସୁସ୍ଥ ହୋଇଗଲେ ।  ଏବଂ ତାଙ୍କ ଶରୀରର କିଛି ଅଂଗ  କାମ କରିବା ବନ୍ଦ ହୋଇଯାଇଥିଲା ।

କୁନା ପ୍ରଧାନ ଅଧିକ ଅସୁସ୍ଥ ହୋଇପଡିବାରୁ ସାଂଗମାନେ ତାଙ୍କୁ ନେଇ ହସ୍ପିଟାଲରେ ଦେଖାଇଥିଲେ । ଏବଂ ପାଖରେ ଯେତିକି ଟଙ୍କା ସଂଚୟ କରିଥିଲେ ସାଂଗର ଚିକିତ୍ସା କରାଇବା ସହ ଓøଷଧ କିଣିିଥିଲେ । ଏନେଇ ଜାଣିବା ପରେ ଗାଁର କିଛି ଯୁବକ ମଧ୍ୟ ଟଙ୍କା ଯୋଗଡ ପରି ତାଙ୍କ ପାଖକୁ ୫ହଜାର ପଠାଇଥିଲେ  । ହେଲେ ସେଇ ପଇସା ବି ଓøଷଧ କିଣାରେ ଓ ଚିକିତ୍ସାରେ ଖର୍ଚ୍ଚ ହୋଇଥିଲା ।  ଶେଷରେ ଓଲିଉଡ ହିରୋ ସବ୍ୟସାଚୀ ନାୟକଙ୍କୁ ସେମାନେ ଯୋଗାଯୋଗ କରିଥିଲେ । ସବ୍ୟସାଚୀ ଭିଡିଓ କଲ ମାଧ୍ୟମରେ ପ୍ରକୃତ ସ୍ଥିତି ଦେଖି ଓ ସେମାନଙ୍କ ଅସୁବିଧା ସଂପର୍କରେ ଜାଣିବା ପରେ ତୁରନ୍ତ ସେଠାରୁ ଉଦ୍ଧାର କରିଥିଲେ ।