ପ୍ରଚାର ମଇଦାନରେ ଓହ୍ଲାଇଲେ ବିଶିଷ୍ଟ ଯାତ୍ରା କଳାକାର ରାଇମୋହନ । ସୁନୀତା ବିଶ୍ୱାଳଙ୍କ ପାଇଁ ମାଗିଲେ ଭୋଟ୍

ସୁନ୍ଦରଗଡରେ ସୁନୀତା , ଜୁଏଲ ଓ ଜଜ ତିର୍କୀଙ୍କ ଭିତରେ ହେଉଛି ଜୋରଦାର ଲଢ଼େଇ

254

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ସଂଧ୍ୟ୍ୟା ୫ ଟା ପରେ ବନ୍ଦ ହୋଇଯିବ ରାଜନୈତିକ ଦଳମାନଙ୍କର ପ୍ରଚାର । ତେଣୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରଚାରକୁ ଜୋରସୋର କରିଦେଇଛନ୍ତି । ବିଜେପି, ବିଜେଡି, କଂଗ୍ରେସ ସହ ସମସ୍ତ ସ୍ୱାଧୀନ ପ୍ରାର୍ଥୀ ଡୋର ଟୁ ଡୋର ବୁଲି ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ପୂରା ଜୀ ଜାନ ଲଗାଇ ଦେଉଛନ୍ତି ।

 

ଏହିପ୍ରରିପେକ୍ଷୀରେ ତଥା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଶିଷ୍ଟ ଯାତ୍ରା କଳାକାର ତଥା ଓଲିଉଡ ସୁପର ଭିଲିଏନ ରାଇମୋହନ ପରିଡା । ସୁନ୍ଦରଗଡରେ ବିଜେଡି ପ୍ରାର୍ଥୀ ଅନୀତା ବିଶ୍ୱାଳ ଓ ଯୋଗେଶ ସିଂଙ୍କ ପାଇଁ ପ୍ରଚାର କରିଛନ୍ତି ରାଇମୋହନ । ସହରରେ ରୋଡ ସୋ ମାଧ୍ୟମରେ ବୁଲି ବୁଲି ନିଜ ଅନ୍ଦାଜରେ ନେତାଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ରାଇମୋହନ ପରିଡା ।

ତେବେ ସୁନ୍ଦରଗଡ ଲୋକସଭା ଆସନରେ ବିଜେଡିର ସୁନୀତା ବିଶ୍ୱାଳଙ୍କ ସହ ବିଜେପିର ପ୍ରାର୍ଥୀ ଜୁଏଲ ଓରାମ ଓ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ଟକ୍କର ହେଉଛି । ସୁନ୍ଦରଗଡ ବିଧାନସଭା ଆସନରେ ବିଜେଡିରୁ ଯୋଗେଶ ସିଂ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ କୁସୁମ ଟେଟେ ଓ କଂଗ୍ରେସରୁ ଅମିତା ବିଶ୍ୱାଳ ପ୍ରାର୍ଥୀ ହୋଇଛନ୍ତି ।