ଓଲିଉଡର ବରିଷ୍ଠ ସିନେ ଅଭିନେତା ଦେବୁ ବୋଷ ଅସୁସ୍ଥ ! ଘରୋଇ ହସ୍ପିଟାଲରେ ଭର୍ତ୍ତି

41

କନକ ବ୍ୟୁରୋ: ଓଲିଉଡର ବରିଷ୍ଠ ସିନେ ଅଭିନେତା ଦେବୁ ବୋଷଙ୍କ ଶରୀରାବସ୍ଥା ଶୁକ୍ରବାର ଅପରାହ୍ନରେ ଗୁରୁତର ହୋଇଥିବା ଖବର ମିଳିଛି । ଦେବୁ ବୋଷଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଚିକିତ୍ସା ଜାରି ରହିଛି ବୋଲି ଦେବୁଙ୍କ ବଡ଼ ପୁଅ ସାର୍ଥକ ବୋଷ ଏହି ସୂଚନା ଦେଇଛନ୍ତି ।

ତେବେ ପରିବାର ଲୋକଙ୍କ କହିବାନୁସାରେ, ଦେବୁ ପୂର୍ବରୁ ଦୁଇଥର ହୃତଘାତର ଶିକାର ହୋଇସାରିଛନ୍ତି । ତେବେ ଦେବୁଙ୍କର ଗୁରୁତର ହେବା କଥା ହଠାତ୍ ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ଓଡ଼ିଆ ଇଣ୍ଡଷ୍ଟ୍ରି ଦେବୁଙ୍କ ଶରୀରବସ୍ଥା କିପରି ଅଛି ଜାଣିବାକୁ ଚେଷ୍ଟା କରିଛନ୍ତି । ଦେବୁ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଛନ୍ତି । ଦେବୁ ବୋଷ ହାଇଦ୍ରାବାଦରେ ତାଙ୍କ ସାନ ପୁଅଙ୍କ ପାଖରେ ରହୁଥିଲେ । ତେବେ ଗତକାଲି ସକାଳୁ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।