ମହାଶିବରାତ୍ରୀରେ ପରଦାକୁ ଆସୁଛି ଓଡିଆ ଆକ୍ସନ ଫିଲ୍ମ ‘ତାଣ୍ଡବ’

279

କନକ ବ୍ୟୁରୋ: ବହୁ ଦିନର ଅପେକ୍ଷା ପରେ ପରଦାକୁ ଆସିବାକୁ ଯାଉଛି ଓଡିଆ ଆକ୍ସନ ଫିଲ୍ମ ‘ତାଣ୍ଡବ’ । ପୃଥିବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ  ମହାଶିବରାତ୍ରୀ ଅର୍ଥାତ ମାର୍ଚ୍ଚ ୧୧ ତାରିଖରେ ପରଦାକୁ ଆସିବ । ସନ୍ଦୀପ ସାହୁଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଦେବାଶିଷ ପତି, ଚନ୍ଦ୍ରାଣୀ ଦାସ, ଅନୀଶା, ମିହିର ଦାସ,  ପୁଷ୍ପା ପଣ୍ଡା, ମନୋଜ ମିଶ୍ର ଓ ସମ୍ଭବ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହା ଛଡା ଫିଲ୍ମରେ ଅଭିନେତ୍ରୀ ଜୀନା ସାମଲଙ୍କୁ ଏକ ଆଇଟମ୍ ଗୀତରେ ଦେଖିବାକୁ ମିଳିବ । ଫିଲ୍ମରେ ଅଗ୍ନିରାଜ କିଶୋର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରବୀନ କୁମାର ଓ ରାକେଶ ଦାଶ ଏହାର ଲିରିକ୍ସ ଲେଖିଛନ୍ତି । ଏହା ସହିତ ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ବିଷ୍ଣୁମୋହନ କବି, ଲିପ୍ସା ମହାପାତ୍ର, ନନ୍ଦିତା  ଭଞ୍ଜ ଏବଂ ତାରିକ୍ ଅଜିଜଙ୍କ ଭଳି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସୁମଧୁର କଣ୍ଠରେ ଫିଲ୍ମର ଗୀତ ଗୁଡିକ ଖୁବ ମନଛୁଆଁ  ହୋଇପାରିଛି ଏବଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ଫିଲ୍ମର କାହଣୀ ବିଷୟରେ କହିବାକୁ ଗଲେ ଫିଲ୍ମର ନାୟିକା ନିଜ ପ୍ରେମିକାକୁ ହତ୍ୟା କରିବାର ମିଛ ଆରୋପରେ ଫସି ଜେଲ ଯାଏ । ଏହାର ଅନେକ ବର୍ଷ ପରେ ସେ ଜେଲ୍ରୁ ବାହାରି ନିଜକ ନିର୍ଦୋଷ ପ୍ରମାଣ କରିବା ପାଇଁ ଏବଂ ପ୍ରେମିକାର ପ୍ରକୃତ ହତ୍ୟାକାରୀକୁ ଖୋଜିବା ପାଇଁ ଲାଗିପଡେ ହେଲେ ଏଥିରେ ସେ କେତେ ଦୂର ସଫଳ ହୁଏ ଏବଂ ପ୍ରକୃତ ଆରୋପୀକୁ ଖୋଜିପାଏ କି ନାହିଁ ଆପଣ ସିନେମା ହଲରେ ଫିଲ୍ମ ଦେଖିଲେ ହିଁ ଜାଣିପାରିବେ ? ଫିଲ୍ମର ଟ୍ରେଲର ଏବଂ ଗୀତକୁଡିକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ଏହି ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ସେତିକି ଭଲପାଇବା ଏବଂ ସମର୍ଥନ ମିଳିବ ଳ୍ଲେି ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକ ଆଶା ପ୍ରକାଶ କରିଛନ୍ତି ।