ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା : ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଆହତ; କିଏ ଖେଳିବ ତାକୁ ନେଇ ଦ୍ୱନ୍ଦ୍ୱ

1,212

କନକ ବ୍ୟୁରୋ : ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଦଳର ମୁଖ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାଦ ପଡିଥିବା ବେଳେ ଅନ୍ୟ ଦୁଇ ବ୍ୟାଟର ମଧ୍ୟ ଆହତ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶାନ ଆହତ ହୋଇଛନ୍ତି । ତେଣୁ ଆଜିର ମ୍ୟାଚରେ କିଏ ଖେଳିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ଶନିବାର ଅଭ୍ୟାସ ସମୟରେ ଏହି ଦୁଇ ବ୍ୟାଟର ଆହତ ହୋଇଛନ୍ତି । ଥ୍ରୋ ଡାଉନ ଅଭ୍ୟାସ କରୁଥିବା ବେଳେ ସୂର୍ଯ୍ୟକୁମାରଙ୍କ ଡାହାଣ ହାତରେ ଆଘାତ ଲାଗିଛି ।

ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ଡ୍ରେସିଂ ରୁମ ନିଆଯାଇଥିଲା । ସେହିପରି ଇଶାନ ଅଭ୍ୟାସ କରୁଥିବା ବେଳେ ମହୁମାଛି ଆକ୍ରମଣରେ ଶୀକାର ହୋଇଛନ୍ତି । ଇଶାନଙ୍କ ବେକ ପଛ ପଟେ ମହୁମାଛି କାମୁଡି ଦେବାକୁ ସେ ବ୍ୟାଟ ଫୋପାଡି ଚାଲି ଯାଇଥିଲେ । ତେବେ ସେମାନେ କେତେ ଗୁରୁତର ଅଛନ୍ତି ସେମ୍ପର୍କରେ ଟିମ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ତେଣୁ ଆଜିର ମ୍ୟାଚ କିଏ ଖେଳିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି ।