କନକ ବ୍ୟୁରୋ: ଏସିଆ କପ୍ ଆୟୋଜନ ଆଉ ଦିନିକିଆ ବିଶ୍ୱକପକୁ ନେଇ ଭାରତ-ପାକିସ୍ତାନ ଭିତରେ ଚାଲିଛି ତୁ ତୁ, ମେଁ ମେଁ । ନିକଟରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ନଜମ୍ ସେଠୀ ବଡ ବୟାନ ଦେଇ କହିଥିଲେ, ଯଦି ଭାରତ ତାଙ୍କ ପ୍ରସ୍ତାବକୁ ଖାରଜ କରିବ, ଆଉ ଏସିଆ କପ୍ ଆୟୋଜନ କରିବାର ଅଧିକାର ପାକିସ୍ତାନ ହରାଇବ, ତେବେ ଦିନିକିଆ ବିଶ୍ୱକପ୍ ଖେଳିବାକୁ ପାକିସ୍ତାନ ମଧ୍ୟ ଭାରତ ଯିବ ନାହିଁ । ତେବେ ପାକିସ୍ତାନ ବୋର୍ଡର ଅଧ୍ୟକ୍ଷଙ୍କ ଏହି ବଡ ବୟାନ ପରେ ଏବେ ଏହି ଖବରକୁ ନେଇ ଆସିଛି ଆଉ ଏକ ବଡ ଖବର ।
ମିଡିଆ ରିପୋର୍ଟ ମୁତାବକ, ପାକିସ୍ତାନ କ୍ରିକେଟ୍ ବୋର୍ଡ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ । ଏଥିପାଇଁ ଆଇସିସି, ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ମନାଇ ସାରିଛି । ଖାଲି ସେତିକି ନୁହେଁ, ପାକିସ୍ତାନର ଗଣମାଧ୍ୟମ ମଧ୍ୟ ଏହି କଥା ସତ ବୋଲି ଖବର ପ୍ରକାଶ କରିଛି । ଅନ୍ୟପଟେ ଆସନ୍ତା ମେ ୨୭ ତାରିଖରେ ବସିବାକୁ ଥିବା ବିସିସିଆଇ ବୈଠକରେ ବିଶ୍ୱକପକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏହି ବୈଠକ ପରେ ବିଶ୍ୱକପର ଭେନ୍ୟୁ ଏବଂ ଖେଳସୂଚୀ ମଧ୍ୟ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି ।
ମିଳୁଥିବା ସୂଚନା ମୁତାବକ, ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୯ ତାରିଖରେ ଶେଷ ହୋଇପାରେ । ବିସିସିଆଇ ଏଥିପାଇଁ ୧୨ଟି ସହରକୁ ବାଛିଛି । ବିଶ୍ୱକପର ଓପନିଂ ଏବଂ ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଜିୟମରେ ଖେଳାଯାଇପାରେ । ଯେଉଁଠି ଦର୍ଶକଙ୍କ କ୍ଷମତା ୧ ଲକ୍ଷରୁ ଅଧିକ । ସମ୍ଭବତଃ ଭାରତ-ପାକିସ୍ତାନ ମ୍ୟାଚ୍ ମଧ୍ୟ ଏହି ଷ୍ଟାଡିୟମରେ ଖେଳାଯାଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/05/ODI-World-Cup-2023-PCB-ICC.webp)