କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ । ୨୦୧୧ ମସିହା ପରେ ପ୍ରଥମ ଥର ପାଇଁ ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଆସିଛି ଇଙ୍ଗ ଖବର । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଆସନ୍ତା ଅକ୍ଟୋବର ୫ ତାରିଖରେ ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ନଭେମ୍ବର ୧୯ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ ।
ଅନ୍ୟପଟେ ଏଥର ଦିନିକିଆ ବିଶ୍ୱକପରେ ପାକିସ୍ତାନ ଟିମ୍ ମଧ୍ୟ ଭାଗ ନେବ ବୋଲି ସୂଚନା ରହିଛି । ତେବେ ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ମିଳୁଛି । ତେବେ ଆଇସିସିର ଏହ ବିଗ୍ ଇଭେଣ୍ଟ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରୁ ଆରମ୍ଭ ହେବା ସହିତ ଏହି ଷ୍ଟାଡିୟମରେ ହିଁ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ତେବେ ଟିମ୍ ଇଣ୍ଡିଆ ୫ ଥର ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳି ନିଜର ଅଭିଯାନ ଆରମ୍ଭ କରିବ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ସୂଚନା ମୁତାବକ, ପାକିସ୍ତାନ ଭାରତରେ ବିଶ୍ୱକପ୍ ଖେଳିବାକୁ ରାଜି ହୋଇଛି । ତେବେ ପାକିସ୍ତାନ କିନ୍ତୁ ଗୁଜରାଟରେ ନିଜର ଗ୍ରୁପ୍ ମ୍ୟାଚ୍ ଖେଳିବାକୁ ଇଚ୍ଛୁକ ନୁହେଁ । ତେଣୁ ମୁଖ୍ୟତଃ ପାକିସ୍ତାନ ଟିମ୍ ହାଇଦ୍ରାବାଦ ସହିତ ଚେନ୍ନାଇ ଏବଂ ବାଙ୍ଗାଲୋରରେ ନିଜର ଗ୍ରୁପ୍ ମ୍ୟାଚ୍ ଖେଳିପାରେ । ତା ସହିତ କୋଲକାତା, ଦିଲ୍ଲୀ, ଇନ୍ଦୋର, ଧର୍ମଶାଳା, ଗୁଆହାଟୀ, ରାଜକୋଟ, ରାୟପୁର ଓ ମୁମ୍ବାଇରେ ମଧ୍ୟ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ ।
ସୂଚନାଯୋଗ୍ୟ ଯେ, ଏଥର ଦିନିକିଆ ବିଶ୍ୱକପରେ ୧୦ଟି ଟିମ୍ ଭାଗ ନେବାକୁ ଥିବାବେଳେ, ମୋଟ ୪୮ଟି ମ୍ୟାଚ୍ ଆୟୋଜନ କରାଯିବ । ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସହିତ ପାକିସ୍ତାନ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ଏହି ଟୁର୍ଣ୍ଣାମେଣ୍ଟ ପାଇଁ କ୍ୱାଲିଫାଏ କରିସାରିଛନ୍ତି । ତାଙ୍କ ସହିତ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ, ଆର୍ୟଲ୍ୟାଣ୍ଡ, ନେପାଳ, ଓମାନ, ସ୍କଟଲ୍ୟାଣ୍ଡ, ୟୁଏଇ ସହିତ ଜିମ୍ବାୱେ ଟିମ୍ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/05/rohit_babar_1666237197564_1666249424348_1666249424348.webp)