ପୁଣି ଦୁଲୁକିବ ବାରବାଟୀ ଷ୍ଟାଡିୟମ୍ ! ଡିସେମ୍ବର ୨୨ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍ ।

Advertisment
ପୁଣି ଦୁଲୁକିବ ବାରବାଟୀ ଷ୍ଟାଡିୟମ୍ ! ଡିସେମ୍ବର ୨୨ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍ ।

କନକ ବ୍ୟୁରୋ : କଟକରେ ଖେଳାଯିବ ଦିନିକିଆ କ୍ରିକେଟ୍ । ଦୀର୍ଘ ୨ ବର୍ଷରୁ ଅଧିକ ବ୍ୟବଧାନ ପରେ ପୁଣି ଥରେ ବାରବାଟୀରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ଲଢେଇ । ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ୱେଷ୍ଟଇଣ୍ଡିଜ୍ ଏବଂ ଭାରତ ମଧରେ ଦ୍ୱିପାକ୍ଷିକ ସିରିଜର ଅନ୍ତିମ ମ୍ୟାଚ୍ ବାରବାଟୀରେ ଖେଳାଯିବ । ଏନେଇ ଓଡିଶା କ୍ରିକେଟ୍ ଆସୋସିଏସନର ଚେୟାରମ୍ୟାନ୍ ଧିରେନ୍ ପଲେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ୨୦୧୭ ଜାନୁଆରୀ ମାସ ୧୯ ତାରିଖରେ ଇଂଲଣ୍ଡ ବିରୋଧରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲା ଭାରତ । ତେବେ ଶେଷ ଥର ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୦ ତାରିଖରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହା ପରଠାରୁ ବାରବାଟୀରେ ଆଉ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯାଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe