କରୋନା ପାଇଁ ଭିଡ ରୋକିବାକୁ ଆଜିଠାରୁ ଲାଗୁ ହେଲା ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା । ସମସ୍ତ ସହରାଂଚଳରେ ବସ୍ ଟାକ୍ସି ଓ ଅଟୋ ଚଳାଚଳ ଉପରେ କଟକଣା

722

କନକ ବ୍ୟୁରୋ : କରୋନା ସଂକ୍ରମଣ ଏଡାଇବାକୁ ଦିଲ୍ଲୀ ଫର୍ମୁଲା ଆପଣାଇଲେ ରାଜ୍ୟ ସରକାର । ଆଜିଠାରୁ ସମସ୍ତ ସହରାଂଚଳରେ ଲାଗୁ ହୋଇଛି ଅଡ୍ ଇଭିନ୍ ଫର୍ମୁଲା ଅର୍ଥାତ୍ ଯୁଗ୍ମ ଓ ଅଯୁଗ୍ମ ନିୟମ । ଭିଡ କମାଇବାକୁ ଯାତ୍ରୀ ପରିବହନ କରୁଥିବା ଗାଡି ପାଇଁ ଏହା ଲାଗୁ ହେବ । ବସ୍ , ଟାକ୍ସି ଓ ଅଟୋ ରିକ୍ସା ଏହି ନିୟମ ମାନିବାକୁ ପଡିବ । ତେବେ ଘରୋଇ ବସ୍ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ଏନେଇ ନିର୍ଦ୍ଦେଶନାମା ଆଣିଛି । ଭୁବନେଶ୍ୱରରେ ଏହି ନିୟମ ଲାଗୁ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ବିଏମସି । ଆଜି ଅଯୁଗ୍ମ ତାରିଖ ହୋଇଥିବାରୁ ରାସ୍ତାରେ କେବଳ ଅଯୁଗ୍ମ ନଂବର ଥିବା ଗାଡି ଚଳାଚଳ କରିବ । ଇଭିନ୍ ଅର୍ଥାତ୍ ୧, ୩, ୫ ୭ ଏବଂ ୯ ଥିଲେ ଏହା ଅଯୁଗ୍ମ ତାରିଖରେ ରାସ୍ତାରେ ଗଡିବ ।

ରାଜଧାନୀରେ ବିଏମସି, କମିଶନରେଟ୍ ପୋଲିସ ଓ ଆରଟିଓ ଏହାକୁ ନଜର ରଖିବେ । କଟକରେ ମଧ୍ୟ ଲାଗୁ କରିବାକୁ କମିଶନରେଟ୍ ପୋଲସି ବିଜ୍ଞପ୍ତି ପ୍ରକାଶ କରିଛି । ଯେଉଁ ବସ୍ ଟାକ୍ସି ଓ ବସ୍ ର ଶେଷ ସଂଖ୍ୟା ଅଯୁଗ୍ମ ଅର୍ଥାତ୍ ୧, ୩, ୫, ୭ ଏବଂ ୯ ଥିବା ତାହା ଆଜି ଗଡିବ । ଏବଂ ଯେଉଁ ଗାଡିର ଶେଷ ସଂଖ୍ୟା ଯୁଗ୍ମ ଅର୍ଥାତ୍ ୦, ୨, ୪, ୬ ଏବଂ ୮ ହୋଇଥିବା ତାହା ଆସନ୍ତାକାଲି ଚାଲିବ । ତେବେ ସରକାରୀ କାର୍ଯ୍ୟ, କୌଣସି ଡାକ୍ତରଖାନା କାମରେ ନିୟୋଜିତ ଗାଡି, ଆଂବୁଲାନ୍ସ ଓ ବାଇକ୍ ଆଗ ପରି ଚଳାଚଳ କରିପାରିବ । ଏହା ଉପରେ କୌଣସି କଟକଣା ରହିବ ନାହିଁ ।