ଭୁବନେଶ୍ୱରରେ ଅଡ୍ ଇଭିନ୍ ଫର୍ମୁଲା ଲାଗୁ ନେଇ ବଢିଲା ଦ୍ୱନ୍ଦ୍ୱ । କଟକଣା ସତ୍ୱେ ଅଯୁଗ୍ମ ଦିନରେ ବି ରାସ୍ତାରେ ଗଡୁଛି ଯୁଗ୍ମ ନମ୍ବରର ଗାଡି । ନିର୍ଦ୍ଦେଶନାମା ନେଇ ସ୍ପଷ୍ଟ କଲେ ବିଏମସି କମିଶନର

1,939

କନକ ବ୍ୟୁରୋ: ଭୁବନେଶ୍ୱରରେ ଅଡ-ଇଭେନ ଗାଡି ଚଳାଚଳକୁ ନେଇ ବଢିଲା ଦ୍ୱନ୍ଦ୍ୱ । କାରଣ ଆଜି ଅଡ ଡେ,ରେ ଅଯୁଗ୍ମ ନମ୍ବରର ଗାଡି ଗଡିବା କଥା । ହେଲେ ଯୁଗ୍ମ ନମ୍ବର ଥିବା ବସ ଚଳାଚଳ କରୁଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଆଉ ନିୟମକୁ ଫୁ କରିଥିବା ଅଭିଯୋଗ ହୋଇଥିଲା । ହେଲେ ଉକ୍ତ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ ସ୍ପଷ୍ଟ କରିଛନ୍ତି ଯେ, ବିଏମସିର ନିର୍ଦ୍ଦେଶନାମା କେବଳ ଭୁବନେଶ୍ୱର ଭିତରେ ଚଳାଚଳ କରୁଥିବା ଗାଡି ପାଇଁ ଉଦ୍ଦିଷ୍ଟ ।

ତେଣୁ ସେହି ଅନୁସାରେ ସାଧାରଣ ପରିବହନରେ ନିୟୋଜିତ କୌଣସି ବସ, ଟାକ୍ସି, କିମ୍ବା ଅଟୋ ଚଳାଚଳ କରିବା ଉପରେ କଟକଣା ଲଗା ଯାଇଛି । କିନ୍ତୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଚଳାଚଳ କରୁଥିବା ଗାଡି ଉପରେ ଏହି କଟକଣା ନାହିଁ । ସେହିପରି ଗତକାଲି ଏହି ନିର୍ଦ୍ଦେଶନାମା ଜାରି ହୋଇଥିବାରୁ ଅଜାଣତରେ କେହି ନିୟମ ଖିଲାପ କରିଥାଇପାରନ୍ତି । ପରବର୍ତ୍ତୀ ସମୟରେ ଏହାକୁ କଡାକଡି କରାଯିବ । ସିଟି ବସ, ମୋ ବସ , ଟାଉନ ବସ ସମେତ ରାଜଧାନୀ ଭୁବନେଶ୍ୱରରେ ଟାକ୍ସି ଓ ଅଟୋଗୁଡିକ ଅଡ ଡେ’ରେ ଅଡ ନମ୍ବର ଓ ଇଭେନ ଡେ’ରେ ଇଭେନ ନମ୍ବର ଥିବା ଗାଡି ଚଳାଚଳ କରିବ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ।

ତେବେ ଗତକାଲି କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯୁଗ୍ମ -ଅଯୁଗ୍ମ ନିୟମ ଲାଗୁ କରିଛନ୍ତି । ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏହି ଫର୍ମୁଲା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ପାଇଁ ଏହି ନିୟମ ଲାଗୁ କରାଯିବ । ତେବେ ଘରୋଇ ଗାଡି ଗୁଡିକ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।