କନକ ବ୍ୟୁରୋ : କଟକ ଅଡ଼ସପୁର ବଜାରରେ ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ପୁଲିସ ମାଡ଼ ମାରିବା ଅଭିଯୋଗ ପରେ ସୃଷ୍ଟି ହୋଇଥିଲା ଉତେଜନା । ପୁଲିସ ଓ ଜନତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଧସ୍ତାଧସ୍ତି । ଉତ୍ୟକ୍ତ ଲୋକେ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ । ଏହି ଘଟଣାରେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି । କଟକ ଏସପିଙ୍କ ସୂଚନା ଅନୁସାରେ ଜଣେ ଏସଡିପିଓ ଏହି ଘଟଣାର ତଦନ୍ତ କରୁଛନ୍ତି । ଦୁଇଟି ମାମଲା ରୁଜୁ ହୋଇଛି । ଆଇନକୁ ଯିଏ ହାତକୁ ନେଇଥିବ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କଟକ ଏସପି ।

Advertisment

ଏବେ ଦେଖନ୍ତୁ କଣ ଥିଲା ପୁରା ଘଟଣା । ଏହି ବ୍ୟକ୍ତି ଜଣଙ୍କ ପତ୍ନୀଙ୍କ ସହ ଛୋଟ ପୁଅକୁ ନେଇ ବାଇକ୍ରେ ଡାକ୍ତରଖାନା ଯାଉଥିଲେ । ବାଟରେ ସେମାନଙ୍କ ଗାଡିକୁ ଅଟକାଇଥିଲା ପୁଲିସ । ମାସ୍କ ପିନ୍ଧିନଥିବା ଅଭିଯୋଗରେ ତାଙ୍କୁ ଜରିମାନା ଦେବାକୁ କହିଥିଲେ । ତେବେ ତାଙ୍କ ମୁହଁରେ ରୁମାଲ ଓ ତାଙ୍କ ପତ୍ନୀଙ୍କ ମୁହଁରେ ଶାଢ଼ୀ ରହିଥିବାରୁ କାହିଁକି ଜୋରିମାନା ଦେବେ ଯୁବକ ଜଣକ ପାଲଟା ପ୍ରଶ୍ନ କରିଥିଲେ । ଏହାପରେ ପୁଲିସ ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଥିଲେ ।

ଆଉ ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ସମ୍ମୁଖର । ହେଲମେଟ ଓ ମାସ୍କ ପିନ୍ଧିନଥିବା କିଛି ଯୁବକଙ୍କୁ ପୋଲିସ ଅଟକାଇବାରୁ ଆରମ୍ଭ ହୋଇଥିଲା ଅମାନିଆଙ୍କ ଦବଙ୍ଗଗିରି । ପ୍ରଥମେ ପୋଲିସ ସହ ଯୁକ୍ତିତର୍କ ଏବଂ ପରେ ଧସ୍ତାଧସ୍ତି । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ପୋଲିସ ୨ଜଣ ଅମାନିଆ ଯୁବକଙ୍କୁ ଗିରଫ କରିଛି ।

ନେତାଙ୍କ ବାଟରେ ଜନତା । ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କୋଭିଡ ପଜିଟିଭ ଥିବା ସତ୍ୱେ ମହାରଥୀଙ୍କ ଅନ୍ତେଷ୍ଟୀରେ ସାମିଲ ହେବାଠାରୁ ଆରମ୍ଭ କରି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ କଟକଣାକୁ ଫୁ କରି ବାର୍ଥ ଡେ ପାର୍ଟି ବନାଇବା ଭଳି ଘଟଣା ସାମନାକୁ ଆସିବା ପରେ ଏବେ ଜନତା ଆପଣେଇଛନ୍ତି ସେହି ରାସ୍ତା ।