ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ହେବ କଡାକଡି । ଅକ୍ଟୋବର ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ

82

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ପହିଲାରୁ ଧାଡି ଦର୍ଶନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କଡାକଡି ପାଳନ କରିବା ପାଇଁ ପାଗ ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ଅକ୍ଟୋବର ୧ ତାରିଖରୁ ଧାଡି ଦର୍ଶନ ନିମନ୍ତେ ପରିଚାଳନା କମିଟି ନିଷ୍ପତି ନେଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ଭକ୍ତମାନେ ଶ୍ରୀମନ୍ଦିର ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭିତରେ ପ୍ରବେଶ କରିବେ । ଶ୍ରୀଜିଉଙ୍କ ଦର୍ଶନ ପରେ ଅନ୍ୟ ୩ଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଏଥିପାଇଁ ମନ୍ଦିର ଚତୁଃପାଶ୍ୱର୍କୁ ସମ୍ପୂର୍ଣ ଅବରୋଧମୁକ୍ତ କରାଯିବା ସହ ନୋ ପାର୍କିଂ ଜୋନ୍ ଘୋଷଣା କରାଯିବ ।

 

ଭକ୍ତଙ୍କ ପାଇଁ ମେଘନାଦ ପ୍ରାଚୀର ନିକଟରେ ୧୮ ଫୁଟ ଚଉଡାର ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯିବ । ତେବେ ଶ୍ରୀମନ୍ଦିରର ସଂସ୍କାର ପାଇଁ ନିକଟରେ ଆମିକସ କ୍ୟୁରି ମନ୍ଦିର ପରିଦର୍ଶନ କରିବା ସହ ସେବାୟତ, ଗଜପତି ଓ ପ୍ରଶାସନ ସହ ଆଲୋଚନ କରିବା ସହ ଦିଲ୍ଲୀ ଫେରିଥିଲେ । ସେ ପୁଣି ଥରେ ମନ୍ଦିର ପରିଦର୍ଶନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇଥିଲେ । ତେବେ ଅନେକ ସମୟରେ ମନ୍ଦିରର ସଂସ୍କାର ପାଇଁ ଚିନ୍ତା ନିୟମ ଲାଗୁ କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମନ୍ଦିରର ସଂସ୍କାର ପାଇଁ ଖୋଦ ସର୍ବୋଚ୍ଚ ନ୍ୟାୟାଳୟ ସିଧା ସଳଖ ଭାବରେ ପଦକ୍ଷେପ ନେଉଛନ୍ତି । ଏହାସହ ଆଗାମୀ ଦିନରେ ଅନେକ ନୂଆ ସଂସ୍କାର ଆସିବ ବୋଲି ଭକ୍ତ ଆଶାବାଦୀ ଅଛନ୍ତି ।