ଆଫଗାନିସ୍ତାନର କାନ୍ଦାହାର ବିମାନ ବନ୍ଦର ଉପରେ ରକେଟ ମାଡ, ସମସ୍ତ ଉଡାଣ ରଦ୍ଦ, ଆଫଗାନ ସେନା ଓ ତାଲିବାନ ମଧ୍ୟରେ ଯୁଦ୍ଧ ଜାରି

ଆଫଗାନିସ୍ତାନର କାନ୍ଦାହାର ବିମାନ ବନ୍ଦର ଉପରେ ରକେଟ ମାଡ, ସମସ୍ତ ଉଡାଣ ରଦ୍ଦ, ଆଫଗାନ ସେନା ଓ ତାଲିବାନ ମଧ୍ୟରେ ଯୁଦ୍ଧ ଜାରି

କନକ ବ୍ୟୁରୋ : ଦିନକୁ ଦିନ ତେଜୁଛି ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଏହି କ୍ରମରେ ଆଜି ଆଫଗାନିସ୍ତାନର କାନ୍ଦାହାର ବିମାନବନ୍ଦର ଉପରେ ତାଲିବାନ ପକ୍ଷରୁ ୩ଟି ରକେଟ୍ ମାଡ କରାଯାଇଛି । ବିମାନ ବନ୍ଦର ମୁଖ୍ୟ ମସୁତ ପଶତୁନ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ ରକେଟ୍ ମାଡ ପରେ ବିମାନବନ୍ଦରର ରନୱେ ମରାମତି କାମ ଚାଲିଛି ଓ ରବିବାର ସନ୍ଧ୍ୟା ସୁଦ୍ଧା ଠିକ୍ ହୋଇଯିବ    ।

ସୂଚନା ଥାଉକି ଶନିବାର ମଧ୍ୟରାତ୍ରରେ ହୋଇଥିବା ଏହି ଆକ୍ରମଣରେ କୌଣସି ଲୋକଙ୍କର ଜୀବନ ଯାଇନାହିଁ । ଆକ୍ରମଣ ପରେ ସବୁ ଉଡାଣ ବନ୍ଦ କରାଯାଇଛି । ଏହି ଆକ୍ରମଣ ପଛରେ ତାଲିବାନର ହାତ ଥିବା କୁହାଯାଇଛି । କାରଣ ଆକ୍ରମଣ ସମୟରେ ତାଲିବାନର ଯୁଦ୍ଧ ବିମାନଗୁଡିକ ହେରାତ, ଲସ୍କର ଗାହ ଓ କାନ୍ଦାହାରକୁ ଚାରିପଟୁ ଘେରି ରହିଥିଲେ । ଏହାକୁ ନେଇ ଏବେ କାନ୍ଦାହାର ଠାରେ ଆଫଗାନ ସୁରକ୍ଷାବଳ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଜାରି ରହିଛି ।

କହିରଖୁ କି କାନ୍ଦାହାର ହେଉଛି ଆଫଗାନିସ୍ତାନର ସବୁଠାରୁ ବଡ ସହର । ଏଠାରେ ଥିବା ବିମାନବନ୍ଦରରୁ ଆଫଗାନିସ୍ତାନ ସେନାର ଅସ୍ତ୍ରଶସ୍ତ୍ର ପଠାଯାଇଥାଏ । ଏହି କାରଣରୁ ତାଲିବାନ ଏହି ବିମାନବନ୍ଦର ଉପରେ ଆକ୍ରମଣ କରି ଆଫଗାନିସ୍ତାନ ସେନାକୁ ମିଳିବାକୁ ଥିବା ସହାୟତା ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରିଛି ।

ଅନ୍ୟପଟେ ଆଫଗାନିସ୍ତାନ ନ୍ୟାସନାଲ ସିକ୍ୟୁରିଟି ‘ଫୈସେଜ’ ଆମେରିକା ସହାୟତାରେ ତାଲିବାନ ଦ୍ୱାରା ଦଖଲ କରାଯାଇଥିବା କିଛି ଗାଁକୁ ଦଖଲମୁକ୍ତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe