ଓଡ଼ିଶା କ୍ରିକେଟ ଦଳର ଦାୟିତ୍ୱ ନେବା ପରେ ଭୁବନେଶ୍ୱର ପହଞ୍ଚିଲେ କୋଚ୍ ୱାସିମ ଜାଫର । ବିମାନବନ୍ଦର ଅପେକ୍ଷା ଗୃହରେ ବସିଲେ ଏକା ଏକା । ସ୍ୱାଗତ ପାଇଁ ଗଲେ ନାହିଁ ଓସିଏ କର୍ମକର୍ତ୍ତା ।

516

କନକ ବ୍ୟୁରୋ: ଅତିଥିଙ୍କୁ ସମ୍ମାନ ଦେବା ଓଡିଆଙ୍କ ପରିଚୟ । ହେଲେ ଆଜି ବିମାନବନ୍ଦରରେ ଯେଉଁ ଘଟଣା ଘଟିଲା ତାହା ଆମ ସମସ୍ତଙ୍କୁ ଦୁଃଖିତ ଓ ଚକିତ କରିଛି । ଓଡିଶା ରଣଜୀ ଟିମର କୋଚ୍ ଭାବେ ଦାୟିତ୍ୱ ପାଇ ଓଡିଶା ଆସିଛନ୍ତି ୱାସିମ ଜାଫର । ହେଲେ ତାଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱର ଏୟାରପୋର୍ଟକୁ ଓସିଏର କୌଣସି କର୍ମକର୍ତ୍ତା ପହଞ୍ଚିନଥିଲେ । ଫଳରେ ପ୍ରାୟ ଅଧଘଣ୍ଟା କାଳ ଜାଫର ବିମାନବନ୍ଦରର ଲାଉଞ୍ଜରେ ବସି ରହିଥିଲେ ।

ୱାସିମ ଜାଫର ଭାରତୀୟ କ୍ରିକେଟ ଜଗତରେ ଏକ ଜଣାଶୁଣା ନା । ଘରୋଇ କ୍ରିକେଟରେ ସେ ଆଗ ଧାଡିର ବ୍ୟାଟ୍ସମ୍ୟାନ । ଏହି ଆଗଧାଡିର କ୍ରିକେଟର ଓଡିଶା ରଣଜୀ ଟିମର ଭାଗ୍ୟ ବଦଳାଇବେ ବୋଲି ସମସ୍ତେ ଆଶା କରୁଥିବା ବେଳେ ଓସିଏର କୌଣସି କର୍ମକର୍ତ୍ତା ତାଙ୍କୁ ସ୍ୱାଗତ କରିବାକୁ ନଯିବା ଏବଂ ଜାଫର ପ୍ରାୟ ୩୦ମିନିଟ ଏକା ଏକା ଅପେକ୍ଷା କରିବା ସମସ୍ତଙ୍କୁ ଚକିତ କରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ୱାସିମ ଜାଫରଙ୍କୁ ସ୍ୱାଗତ କରିବାକୁ କାହିଁକି ଆସିଲେନି ଓସିଏ ସଭାପତି ? ସମ୍ପାଦକ ଏବଂ ସହ ସମ୍ପାଦକ ଚାହିଁଥିଲେ ଆସିପାରିନଥାନ୍ତେ? କୋଚ ଭାବେ ଓସିଏ ଯଦି ଜାଫରଙ୍କୁ ବାଛିଲା, ସ୍ୱାଗତ ପାଇଁ କାହିଁକି ଆସିଲା ନାହିଁ?