କନକ ବ୍ୟୁରୋ: ଭିମସାରରେ ଉତ୍ତେଜନା । ପିଜି ଡାକ୍ତର ଓ ଡାଇରେକ୍ଟରଙ୍କ ମଧ୍ୟରେ ବିବାଦ ଲାଗିଥିବା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ଭିମସାର ପରିସରରେ ଥିବା ଛାତ୍ରୀ ନିବାସ ଆଗରେ ଲାଗିଛି ଅଶ୍ଲୀଳ ପୋଷ୍ଟର । ଯାହାକୁ କେନ୍ଦ୍ର କରି ବୁର୍ଲା ଫାଣ୍ଡିରେ ପହିଂଚିଛି ନର୍ସିଂ ସଂଘ ।
ହଷ୍ଟେଲ ଆଗରେ ଓ ମାର୍କେଟରେ ଏଭଳି ଅଶ୍ଲୀଳ ପୋଷ୍ଟର ଲଗାଇଥିବା ଦୁର୍ବୃତ୍ତଙ୍କୁ ଗିରଫ ଦାବି କରି ସଂଘ ଫାଣ୍ଡିରେ ଏତଲା ଦେଇଛି । ଏହାସହ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି । ଖୁବଶୀଘ୍ର ଏଭଳି ପୋଷ୍ଟର ଲଗାଇଥିବା ଦୁର୍ବୃତ୍ତଙ୍କ ଗିରଫ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ନର୍ସିଂ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/vimsaar.jpg)