ରାଜଧାନୀ କାନ୍ଥରେ ଇଏ କି ଚିତ୍ର?

Advertisment
ରାଜଧାନୀ କାନ୍ଥରେ ଇଏ କି ଚିତ୍ର?

କନକ ବ୍ୟୁରୋ : ବିଏମସିର ଇଏ କେମିତିକା କରୋନା ସଚେତନତା? ଆଉ ତାହା ବି ପୁଣି ରାଜଧାନୀ ଭୁବନେଶ୍ୱରରେ । ମହାମାରୀ କରୋନାକୁ ନେଇ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ବଡ ବଡ ପୋଷ୍ଟର ବ୍ୟାନର ସହ ଟିଭି ଓ ଖବରକାଗଜରେ ବିଜ୍ଞାପନ ଦେଇ ଲୋକଙ୍କୁ କରୋନାକୁ ନେଇ ସଚେତନ କରୁଛନ୍ତି ସରକାର । ଆଉ ଲୋକଙ୍କୁ ସଚେତନ କରିବାକୁ ରାଜଧାନୀର ବିଭିନ୍ନ ରାସ୍ତାକଡ ପାଚେରୀରେ କିଛି ଚିତ୍ର ଅଙ୍କାଯାଇଥିବାର ଦେଖିବାକୁ ମିଳିଛି । ଆଉ ଏବେ ଏହି ଚିତ୍ରକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କାରଣ ଫଟୋରେ କରୋନା ସଚେତନତା ସହ ଅଶ୍ଲୀଳ ଇଙ୍ଗିତକୁ ପ୍ରଶୟ ଦିଆଯାଇଥିବାରୁ ନେଇ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

publive-imageଏହି ଚିତ୍ରଟି ନୟାପଲ୍ଲୀ ବ୍ରିଟ କଲୋନୀ ପାଖରେ ଥିବା ରାସ୍ତାକଡ ପାଚେରୀରେ ଅଙ୍କାଯାଇଛି । ଯେଉଁଥିରେ କରୋନା ଭୂତାଣୁର ସାଂକେତିକ ଚିତ୍ର କରାଯାଇଥିବା ବେଳେ ଆଗଧାଡିର ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ନର୍ସଙ୍କର ଚିତ୍ର ରହିଛି । ଯେଉଁମାନେ କାନ୍ଥରେ ଚିତ୍ରିତ ଥିବା ଭୂତାଣୁ ଆଡକୁ ମଝି ଆଙ୍ଗୁଠି ଦେଖାଉଥିବାର ଦେଖିବାକୁ ମିଳିଛି । କିନ୍ତୁ ଏଭଳି ଇଙ୍ଗିତକୁ ଅଶ୍ଲୀଳ ବୋଲି ଧରାଯାଏ । ଯାହା ପିଲାଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ । ତେବେ ଏହି ଚିତ୍ରକୁ ଖୁବଶୀଘ୍ର ହଟାଇବାକୁ ସୋସିଆଲ ମିଡ଼ିଆରେ ଦାବି ଉଠିଲାଣି ।

ତେବେ ଏଠି ପ୍ରଶ୍ନ ଉଠୁଛି ଏଭଳି ଚିତ୍ର ରାଜଧାନୀର ଛାତି ଉପରେ କେମିତି ହେଲା? ସଚେତନତା ନାଁରେ ଅଶ୍ଲୀଳ ଇଙ୍ଗିତକୁ କିଭଳି ପ୍ରଶୟ ଦିଆଗଲା? ରାଜଧାନୀ ରାସ୍ତାରେ ଏଭଳି ଚିତ୍ର ଅଙ୍କା ଯାଇଥିବା ବେଳେ ବିଏମସି ନଜରକୁ ଏହା ଆସୁନି କେମିତି? ଚିତ୍ର ମାଧ୍ୟମରେ କରୋନା ସଚେତନତା ଭଲ କଥା କିନ୍ତୁ ବିଏମସି ପକ୍ଷରୁ ଏଭଳି ଭୁଲ ହୋଇଛି ନା ଚିତ୍ରକର ଭୁଲ ଆଙ୍କିଛନ୍ତି । ଯଦି ବିଏମସି ପକ୍ଷରୁ ଏଭଳି ଚିତ୍ର ଆଙ୍କିବାକୁ କୁହାଯାଇଛି ତେବେ କିଏ ଏଥିପାଇଁ ଅନୁମତି ଦେଇଛି, ଆଉ କାହିଁକି? ଏଭଳି ଚିତ୍ର ଅଶ୍ଲୀଳ ଇଙ୍ଗିତକୁ ସୂଚାଏ ବୋଲି କଣ ଜାଣିନାହାନ୍ତି କି ବିଏମସି କର୍ତ୍ତୃପକ୍ଷ? ଯଦି ଚିତ୍ରକର ଭୁଲ ଚିତ୍ର ଆଙ୍କିଛନ୍ତି ତେବେ ଏହାକୁ ଲିଭାଇବାକୁ ବିଏମସି ପକ୍ଷରୁ କାହିଁକି ଉଦ୍ୟମ ହେଉନି? ଏଭଳି ଚିତ୍ର ଆଙ୍କି ସ୍ୱାସ୍ଥ୍ୟକର୍ମୀଙ୍କୁ ଅପମାନିତ କରାଯାଉ ନାହିଁ କି? ଏହି ଚିତ୍ରରୁ ପିଲା କରୋନା ବାବଦରେ କଣ ବା ସଚେତନ ହେବେ? କେବଳ ନୟାପଲ୍ଲୀ ବ୍ରିଟ କଲୋନୀ ପାଖରେ ଏଭଳି ଚିତ୍ର ହୋଇଛି ନା ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ଏଭଳି ଚିତ୍ର ହୋଇଛି? ଏଭଳି ଅନେକ ଅସମାହିତ ପ୍ରଶ୍ନ ଭିତରେ ଏବେ ଏହି ଚିତ୍ରକୁ ଯଥାଶୀଘ୍ର ହଟାଇବାକୁ ଦାବି ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe