ନିୟମିତ ହେବାରୁ ବାଦ ପଡିଥିବା ଶିକ୍ଷକଙ୍କ ପ୍ରତିବାଦ। ମନ୍ତ୍ରୀ ସମୀର ଦାସଙ୍କ ଘର ଆଗରେ ପ୍ରତିବାଦ।

ନିୟମିତ ହେବାରୁ ବାଦ ପଡିଥିବା ଶିକ୍ଷକଙ୍କ ପ୍ରତିବାଦ। ମନ୍ତ୍ରୀ ସମୀର ଦାସଙ୍କ ଘର ଆଗରେ ପ୍ରତିବାଦ।

କନକ ବ୍ୟୁରୋ: ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି । ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ଥିବା ଠିକା ଶିକ୍ଷକମାନଙ୍କୁ ନିୟମିତ କରିଛନ୍ତି ସରକାର । ହେଲେ ୨୦୧୬ ପୂର୍ବରୁ ଯେଉଁମାନେ ଠିକାରେ ଚାକିରୀ ଆରମ୍ଭ କରିଥିଲେ ଓ ଏବେ ସରକାରଙ୍କ ଏ ନୂଆ ନିୟମରୁ ବାଦପଡ଼ିଛନ୍ତି । ବର୍ତ୍ତମାନ ଏହି ଶିକ୍ଷକମାନେ ବିକ୍ଷୋଭ ଆରମ୍ଭ କରିଛନ୍ତି । ସ୍ଥାୟୀ ହେବାରୁ ବାଦ୍ ପଡିଥିବା ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ବିରୋଧ କରିଛନ୍ତି । ଏନେଇ ମନ୍ତ୍ରୀ ସମୀର ଦାସଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏନପିଏସ ସେକେଣ୍ଡାରୀ ସ୍କୁଲ ଟିଚର ଆସୋସିଏସନ । ଠିକା ନିଯୁକ୍ତିର ଉଚ୍ଛେଦ କରିବାକୁ ପୁନର୍ବିଚାର କରନ୍ତୁ ବୋଲି ଦାବି କରିଛି ଆସୋସିଏସନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe