ଓବିସି କୋଟାରୁ ସ୍ୱଚ୍ଛଳ ବର୍ଗଙ୍କୁ ହଟାଇବାକୁ ହେବ କି ନିଷ୍ପତି । ରାଜ୍ୟ ଓବିସି କମିଶନ ଅଧ୍ୟକ୍ଷଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା

214

କନକ ବ୍ୟୁରୋ: ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ରାଜ୍ୟ ଓବିସି କମିଶନ କହିଛନ୍ତି ଯେ, ପଛୁଆ ବର୍ଗରେ ସାମିଲ ଥାଇ ସ୍ୱଚ୍ଛଳ ହୋଇଥିବା ଜାତିକୁ ଏଥିରୁ ବାଦ ଦେବା ଦରକାର ।ଏହା ସହିତ ଶିକ୍ଷାନୁଷ୍ଠାନ ଗୁଡିକରେ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ମିଳିବା ଦରକାର । ଓବିସିଙ୍କ ପାଇଁ ଦାବୀ ହେଉଥିବା ୨୭% ସଂରକ୍ଷଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ଓ କେନ୍ଦ୍ର ଚାହିଁଲେ ଲହା ସମ୍ଭବ ହୋଇପାରିବ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ପଛୁଆ ବର୍ଗ କମିଶନ ସଦସ୍ୟ କୈାଶଳେନ୍ଦ୍ର ସିଂହ ପଟେଲଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ଓବିସି କମିଶନ । ଏପଟେ କେନ୍ଦ୍ର ପଛୁଆ ବର୍ଗ କମିଶନ ସଦସ୍ୟ କୈାଶଳେନ୍ଦ୍ର ସିଂହ ପଟେଲ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ପଛୁଆ ବର୍ଗଙ୍କ ସ୍ଥିତି ଓ ସେମାନେ ନିଜର ଅଧୀକାର ପାଉଛନ୍ତି ନା ନାହିଁ, ପ୍ରସଙ୍ଗ ଉପରେ ସମୀକ୍ଷା କରିଥିବା ଜଣାପଡିଛି ।

ଓବିସି ଓ ଏସଇବିସି ବର୍ଗକୁ ସଂରକ୍ଷଣ ନେଇ ଏବେ ରାଜ୍ୟରେ ରାଜନୀତି ମଧ୍ୟ ଜୋର ଧରିଛି । ହେଲେ ସୁପ୍ରିମକୋର୍ଟ ସଂରକ୍ଷଣର ସୀମା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ ବୋଲି ପୂର୍ବରୁ ଦେଇଥିବା ରାୟ ଅନେରକ ପ୍ରତିବନ୍ଧକ ବି ଆଣିଥିଲା । ଏହି ସିଲିଂ ହଟାଇବା ସହ ଜାତିଭିତିକ ଜନଗଣନା ପାଇଁ ରାଜ୍ୟ ସରକାର ଦାବି କରି ଆସୁଥିବା ବେଳେ ଆଗାମୀ ପଂଚାୟତ ନିର୍ବାଚନ ବେଳେ ସଂରକ୍ଷଣକୁ କିଭଳି ଲାଗୁ କରାଯାଉଛି ତା ଉପରେ ନଜର ରହିଛି ।