‘ଯିଏ କରୋନା କାଳରେ ନିଜକୁ ସୁରକ୍ଷା ଦେଇ ପାରିଲେ ନାହିଁ, ସେ ଦେଶବାସୀଙ୍କୁ କିଭଳି ସୁରକ୍ଷା ଦେବେ’

321

କନକ ବ୍ୟୁରୋ : ଆଉମାତ୍ର କେଇଟା ଦିନ ପରେ ବିଶ୍ୱ ସବୂୁଠାରୁ ବିତ୍ତଶୀଳ ରାଷ୍ଟ୍ର ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଚିରା ଚରିତ ଢଙ୍ଗରେ ନଭେମ୍ବର ମାସ ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଟିତ ହେବ । ଏହି ନିର୍ବାଚନରେ ମୁଖ୍ୟତ ରିପବ୍ଲିକ ପାର୍ଟି ଓ ଡେମୋକ୍ରେଟିକ୍ ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି । ଏନେଇ ଅନେକ ବାଦ ବିବାଦ ଲାଗି ରହିଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ବୟାନ ଆମେରିକା ହଇଚଇ ସୃଷ୍ଟି କରିଛି ।

ଓବାମା କହିଛନ୍ତି କି ଯେଉଁ ବ୍ୟକ୍ତି ନିଜକୁ ଓ ନିଜ ପରିବାରକୁ କରୋନାରୁ ରକ୍ଷା କରିପାରିଲା ନାହିଁ ସେଭଳି ବ୍ୟକ୍ତି କିଭଳି ଦେଶର ଜନତାଙ୍କୁ ଏଭଳି ମହାମାରୀରୁ ରକ୍ଷା କରିବେ । ‘ଆମେ ଦୀର୍ଘ ୮ ମାସ ହେବ କରୋନା ମହାମାରୀ ବିରୋଧରେ ସଂଗ୍ରାମ ଜାରୀ ରଖିଛୁ । ଡୋନାଲ୍ଡ ଟ୍ରମ୍ପ୍ ଏହି ମହାମାରୀରୁ ଆମକୁ ରକ୍ଷା କରିବାକୁ ଅସମର୍ଥ ହୋଇଛନ୍ତି । ’ ଓବାମା ଟ୍ରମ୍ପ୍ ଙ୍କୁ ତାତ୍ସଲ୍ୟ କରି କହିଛନ୍ତି କି ଶାସନ ଗାଦିରେ ବସିବା ଏକ ରିଏଲିଟି ସୋର ଗାଦିରେ ବସିବା ସହ ସମାନ ନୁହେଁ ଏହା ଏକ ବାସ୍ତବାତା ।
ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପାର୍ଟିରୁ ଜୋ ବିଡେନଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଅନ୍ୟପଟେ ନଭେମ୍ବର ୩ ତାରିଖ ପୂର୍ବରୁ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ୩ ଟି ବଡ ବିତ୍ତର୍କ ସଭା ଅନୁଷ୍ଠିତ ହୋଇଥିଲା । ଏହି ବିତ୍ତର୍କ ମାଧ୍ୟମରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।