ଓବାମା ସବୁବେଳେ ନିଜ ପକେଟରେ ରଖିଥାନ୍ତି ହନୁମାନଙ୍କ ମୂର୍ତ୍ତି ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

30

ଭାରତର ଅଧିକାଂଶ ଲୋକ ଇଶ୍ୱରବିଶ୍ୱାସୀ । ପ୍ରାୟତଃ ଅଧିକାଂଶ ଭାରତୀୟ ବିଭିନ୍ନ ଠାକୁରଙ୍କ ମୂର୍ତ୍ତି ପୂଜା କରିବା ସହ ପକେଟରେ ମଧ୍ୟ ଭଗବାନଙ୍କର ଛୋଟ ଛୋଟ ମୂର୍ତ୍ତି ରଖିଥାନ୍ତି । କେବଳ ଯେ ଭାରତୀୟ ଲୋକ ହିନ୍ଦୁ ଧର୍ମର ଭଗବାନଙ୍କୁ ବିଶ୍ୱାସ କରନ୍ତି ତାହା ନୁହେଁ ବିଦେଶୀ ମାନେ ମଧ୍ୟ ହିନ୍ଦୁ ଦେବାଦେବୀଙ୍କୁ ବିଶ୍ୱାସ କରୁଥିବାର ଅନେକ ନଜିର ରହିଛି । ସେହି ତାଲିକାରେ ସାମିଲ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ଏକ ସାକ୍ଷାତକାର ସମୟରେ ଓବାମା ଯେତେବେଳେ ପକେଟରୁ ହନୁମାନଙ୍କ ମୂର୍ତ୍ତି ବାହାର କରିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାସହ ଓବାମା କହିଥିଲେ, ସେ ସବୁବେଳେ ତାଙ୍କ ପାଖରେ ହନୁମାନଙ୍କର ଏକ ଛୋଟ ମୂର୍ତ୍ତି ରଖିଥାନ୍ତି । ଏହାଦ୍ୱାରା ତାଙ୍କ ମନରେ ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ ଓ ସମସ୍ତ ଚିନ୍ତା ଦୂର ହୋଇଥାଏ ।

ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଏକ ସାକ୍ଷାତାକାର ସମୟରେ ଉପସ୍ଥାପିକା କେଉଁ ଜିନିଷ ସେ ସବୁବେଳେ ପାଖରେ ରଖଥାନ୍ତି ବୋଲି ଓବାମାଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ଓବାମା ନିଜ ପକେଟରେ ହାତ ପୂରାଇ ହନୁମାନଙ୍କର ଏକ ଛୋଟ ମୂର୍ତ୍ତି ବାହାର କରିଥିଲେ । ସେତେବେଳେ ଅଧିକାଂଶ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ କି ଏହା କେଉଁ ମୂର୍ତ୍ତି । ଓବାମା ଭଗବାନ ହନୁମାନଙ୍କ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ତେବେ ଏହି ମୂର୍ତ୍ତି ରଖିବା ପଛର କାରଣ ପଚାରିବାରୁ ଓବାମା କହିଥିଲେ, ମୁଁ ଅନ୍ଧବିଶ୍ୱାସୀ ନୁହେଁ କିନ୍ତୁ ହନୁମାନଙ୍କ ମୂର୍ତ୍ତି ପାଖରେ ରଖିବା ଦ୍ୱାରା ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ ଓ ମନ ଭିତରେ ଥିବା ସମସ୍ତ ଚିନ୍ତା ଦୂର ହୋଇଥାଏ । ପକେଟରେ ହନୁମାନ ମୂର୍ତ୍ତି ରଖିବା ଦ୍ୱାରା ଓବାମାଙ୍କ ହିନ୍ଦୁ ଧର୍ମ ପ୍ରତି ଥିବା ବିଶ୍ୱାସ ପୂରା ବିଶ୍ୱ ଜାଣିଥିଲା ।