କନକ ବ୍ୟୁରୋ : ମହାରାଷ୍ଟ୍ରରେ କିଏ ଗଢିବ ସରକାର? ଶିବସେନା ନା ବିଜେପି । ନା ମହାରାଷ୍ଟ୍ରର ମହାଗାଦି ପାଇଁ ମିଳିତ ଭାବେ ହାତ ମିଳାଇବେ ଶିବସେନା-ବିଜେପି । ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଶପଥଗ୍ରହଣ ଉତ୍ସବ ପାଇଁ କିନ୍ତୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ମୁମ୍ବାଇର ବିଧାନ ଭବନ ପରିସରରେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଶପଥଗ୍ରହଣ ଉତ୍ସବ ପାଇଁ ଏଭଳି ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୫ ତାରିଖ ସୁଦ୍ଧା ଏହି କାମକୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୯ ନଭେମ୍ବର ଯାଏଁ ରହିଛି । ତେଣୁ ୯ ନଭେମ୍ବର ସୁଦ୍ଧା ଯଦି ମହାରାଷ୍ଟ୍ରରେ ସରକାର ଗଠନ ନ ହୁଏ ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବ ।
ମହାରାଷ୍ଟ୍ରରେ ବିଜେପି-ଶିବସେନାକୁ ସରକାର ଗଢିବା ପାଇଁ ବହୁମତ ମିଳିଥିବା ବେଳେ କିନ୍ତୁ ଏଯାଏଁ ଉଭୟ ଦଳ ମଧ୍ୟରେ ସରକାର ଗଢିବାକୁ ଅଙ୍କ ଛିଡୁନି । ୫୦-୫୦ ଫର୍ମୁଲାରେ ସରକାର ଗଢିବାକୁ ଶିବସେନା ଜିଦ୍ ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ଆସନ ଛାଡିବାକୁ ବିଜେପି ରୋକଠୋକ ମନା କରିଛି । ଯେଉଁଥିପାଇଁ ଉଭୟ ଦଳ ମଧ୍ୟରେ ସରକାର ଗଠନ ନେଇ ସହମତି ହୋଇପାରୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/862196-devendra-fadnavis-uddhav-thackeray-aditya-thackeray.jpg)