ପ୍ରଦର୍ଶନୀ ପଡ଼ିଆରେ ନବୀନଙ୍କ ଭାଇ-ଭଉଣୀ । ନବୀନଙ୍କ ପଞ୍ଚମ ପାଳିର ଶପଥ ସମାରୋହରେ ସାମିଲ ହେଲେ ପରିବାର ।

1,331

କନକ ବ୍ୟୁରୋ: ନବୀନଙ୍କ ପଞ୍ଚମ ପାଳିର ଶପଥ ସମାରୋହରେ ଯୋଗଦେଲେ ପରିବାର । ଭଉଣୀ ଗୀତା ମେହେଟ୍ଟା ଏବଂ ଭାଇ ପ୍ରେମ୍ ପଟ୍ଟନାୟକ ଶପଥ ସମାରୋହରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ପ୍ରଦର୍ଶନୀ ପଡ଼ିଆରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବିଧିବଦ୍ଧଭାବେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ । ତେଣୁ ପଞ୍ଚମ ପାଳିରେ ପରିବାରର ସଦସ୍ୟମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ।

ସେପଟେ ନବୀନଙ୍କ ସହ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ସଦସ୍ୟ ମଧ୍ୟ ଶପଥ ନେବେ । ନବୀନଙ୍କ ନୂଆ ଟିମରେ ୧୧ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ୯ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀର ପାହ୍ୟା ।

  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ-କ୍ୟାବିନେଟ୍ ପାହ୍ୟା
  • ବିକ୍ରମକେଶରୀ ଆରୁଖ- କ୍ୟାବିନେଟ୍ ପାହ୍ୟା
  • ପ୍ରଫୁଲ୍ଲ ମଲ୍ଲିକ- କ୍ୟାବିନେଟ୍ ପାହ୍ୟା
  • ନିରଞ୍ଜନ ପୂଜାରୀ- କ୍ୟାବିନେଟ୍ ପାହ୍ୟା
  • ପଦ୍ମନାଭ ବେହେରା- କ୍ୟାବିନେଟ୍ ପାହ୍ୟା
  • ପ୍ରତାପ ଜେନା- କ୍ୟାବିନେଟ୍ ପାହ୍ୟା
  • ସୁଦାମ ମାରାଣ୍ଡି- କ୍ୟାବିନେଟ୍ ପାହ୍ୟା
  • ସୁଶାନ୍ତ ସିଂ- କ୍ୟାବିନେଟ୍ ପାହ୍ୟା
  • ନବ କିଶୋର ଦାସ- କ୍ୟାବିନେଟ୍ ପାହ୍ୟା
  • ଟୁକୁନି ସାହୁ- କ୍ୟାବିନେଟ୍ ପାହ୍ୟା
  • ଅରୁଣ ସାହୁ- କ୍ୟାବିନେଟ୍ ପାହ୍ୟା

ରାଷ୍ଟ୍ରମନ୍ତ୍ରୀ ପାହ୍ୟା
୧. ଅଶୋକ ପଣ୍ଡା
୨. ସମୀର ଦାସ
୩. ଜ୍ୟୋତିପ୍ରକାଶ ପାଣିଗ୍ରାହୀ
୪. ଦିବ୍ୟ ଶଙ୍କର ମିଶ୍ର
୫. ପ୍ରେମାନନ୍ଦ ନାୟକ
୬. ରଘୁନନ୍ଦନ ଦାସ
୭. ପଦ୍ମିନୀ ଦିଆନ
୮. ତୁଷାରକାନ୍ତି ବେହେରା
୯. ଜଗନ୍ନାଥ ସାରକା