ଓଏଏସ୍ ସ୍ତରରେ ଅଦଳବଦଳ । ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

97

କନକ ବ୍ୟୁରୋ: ଓଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ । ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ୍ତ କୁମାର ଦାସଙ୍କ ବଦଳି ହୋଇଛି । ପ୍ରଦୀପ୍ତଙ୍କୁ ଜଳ ସଂପଦ ବିଭାଗ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ସଚିବ ବିଶ୍ୱଜିତ ବିଶ୍ୱାଳଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

secretariate
secretariate

ଅନ୍ୟପଟେ ସିଡିଆଇ ରବୀନ୍ଦ୍ରନାଥ ମିଶ୍ରଙ୍କୁ କଟକ ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷ ଭାବେ ବଦଳି କରାଯାଇଛି । ଏହାସହ ଘଟଗାଁ ପୂର୍ବତନ ତହସିଲଦାର ପ୍ରମୋଦ ପୃଷ୍ଟି ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ କମିଶନରର ଦାୟିତ୍ୱଭାର ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତି । ସେହିଭଳି କୋରାପୁଟ ଏଡିଏମ ସୁଜାତା ମିଶ୍ରଙ୍କୁ କୋରାପୁଟ ଅତିରିକ୍ତ ଲ୍ୟାଣ୍ଡ କମିଶନର ଭାବେ ନିଯୁକ୍ତି ଭାର ଦେଇଛନ୍ତି ରାଜ୍ୟ ସରକାର । ଏଭଳି ଭାବେ ମୋଟ୍ ୧୬ ଜଣ ଓଏଏସ ଅଫିସରଙ୍କୁ ବଦଳି କରାଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଧିବଦ୍ଧଭାବେ ନୋଟିଫିକେସନ ଜାରି କରାଯାଇଛି ।