ଆଜି ଶେଷ ଟି-୨୦: ପଞ୍ଚମ ମୁକାବିଲା ଜିତି ସିରିଜ୍ ପୋଛିନେବା ଲକ୍ଷ୍ୟରେ ବିରାଟ ବାହିନୀ; ମ୍ୟାଚ ଜିତିଲେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ୫-୦ରେ ସିରିଜ୍ ଜିତିବ ଭାରତ

ଚୂଡାନ୍ତ ଏକାଦଶରେ ପରିବର୍ତନ ସମ୍ଭାବନା

297

କନକ ବ୍ୟୁରୋ: ଏକ ବିରଳ ରେକର୍ଡ ଅପେକ୍ଷାରେ ଭାରତ । ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଶେଷ ତଥା ପଂଚମ ଟି-୨୦ ମ୍ୟାଚ ଖେଳାଯିବ । ପୂର୍ବରୁ ଭାରତ ୪-୦ରେ ସିରିଜ୍ ଆଗୁଥିବା ବେଳେ ଏହି ମ୍ୟାଚ ଜିତିଲେ ୫-୦ରେ ସିରିଜ୍ କବ୍ଜା କରି ପାରିବ ବିରାଟ ବାହିନୀ । ବିଦେଶ ମାଟିରେ ଏଭଳି ଏକ ସଫଳତା ଏକ ଇତିହାସ ସୃଷ୍ଟି କରିବ । ଫଳରେ ଆଜିର ମ୍ୟାଚ୍ ଜିତିଲେ ପ୍ରଥମ ଥର ପାଇଁ ନୁଠଜିଲାଣ୍ଡରେ କୌଣସି ଟି-୨୦ ସିରିଜ୍ର ସବୁ ମ୍ୟାଚ୍ ଜିତିବ ।

ପ୍ରଥମ ଦୁଇଟି ମ୍ୟାଚ ଜିତିବା ପରେ ତୃତୀୟ ଓ ଚତୁର୍ଥ ମ୍ୟାଚ ବେଶ୍ ରୋମାଂଚକର ଥିଲା । ଏହା ସୁପର ଓଭରର ଫଳାଫଳ ନିର୍ଧାରିତ ହୋଇଥିଲା । ଅନ୍ୟପଟେ ଦଳର ମାନସିକ ସ୍ତରରେ ଉନ୍ନତି ପାଇଁ ଘରୋଇ ଦଳ ଏହି ମ୍ୟାଚକୁ ଜିତିବାକୁ ଉଦ୍ୟମ କରିବ । ଅନ୍ୟପଟେ ଚତୁର୍ଥ ମ୍ୟାଚରେ ଭାରତୀୟ ଦଳରେ କିଛି ପରିବର୍ତନ କରିଥିବା ବେଳେ ଆଜିର ମ୍ୟାଚରେ ମଧ୍ୟ କିଛି ଅଦଳବଦଳ ହେବାର ସମ୍ଭାବନା ରହିଛି । କେଏଲ ରାହୁଲ ଓ ବିରାଟ କୋହଲି ବିଶ୍ରାମ ନେଲେ ଋଷଭ ପନ୍ଥ କିପର ଭୂମିକା ତୁଳାଇବେ ଏବଂ ରୋହିତ ଶର୍ମା ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।