ବିହନ ମିଳୁନଥିବାରୁ ଚିନ୍ତାରେ ଚିନାବାଦାମ ଚାଷୀ: ସରକାର ଯୋଗାଇଦେଉନଥିବା ଅଭିଯୋଗ

93

କନକ ବ୍ୟୁରୋ: ମିଳୁନି ବିହନ, ସଙ୍କଟରେ ଚୀନାବାଦାମ ଚାଷୀ । ପୁରୀ ଜିଲ୍ଲା କଣାସ ବ୍ଲକର ଗଡସାନପୁଟ, ଗଡବଡ଼ପୁଟ, ପାଣ୍ଡିଆକେରା, ନାନକେରା, ଅଁଳାଯୋଡି, ତ୍ରିଲୋଚନପୁର ପଂଚାୟତର ହଜାର ହଜାର ଚାଷୀ ବାଦାମ ଚାଷ କରନ୍ତି । ହେଲେ ଉଚିତ୍ ସମୟରେ ସରକାରୀ ବିହନ ମିଳୁନଥିବାରୁ ବାଦାମ ଚାଷୀଙ୍କ ମଧ୍ୟରେ ଅସୋନ୍ତଷ ସୃଷ୍ଟି ହୋଇଛି । ଫଳରେ ବାଧ୍ୟହୋଇ ଚାଷୀ ମାନେ ଚଢା ଦରରେ ବିହନ କିଣୁଛନ୍ତି । ବାହାରୁ ବିହନ କିଣିଲେ ଗଛ ଭଲ ହେଉନଥିବାରୁ ସରକାରୀ ବିହନ ପାଇଁ ଚାଷୀ ଅପେକ୍ଷା କରିଛନ୍ତି । କିଛିଦିନ ତଳେ ବନ୍ୟା ଚାଷୀଙ୍କର ଫସଲ ଉଜାଡ଼ିଦେଇଥିବା ବେଳେ ଏପର୍ଯ୍ୟନ୍ତ ବନ୍ୟା କ୍ଷତିପୁରଣ ପାଇନାହାନ୍ତି । ଧିର ଧିରେ ବନ୍ୟା ଦୁର୍ଦ୍ଦଶା ଭୁଲି ବାଦାମ ଚାଷ କରି କିଛି ରୋଜଗାର କରିବା ପାଇଁ ଚାଷୀ ଅଂଟା ଭିଡିଥିବା ବେଳେ ସରକାରଙ୍କ ବିହନ ଦେବାର ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଉଛି । ଅନ୍ୟପଟେ ଚଷୀ ବିଲରୁ ପାଗ ଉଡିଲାଣି । ଖୁବ୍ ଚାଷୀଙ୍କୁ ବିହନ ଯୋଗାଇଦେଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ଦାବି ହୋଇଛି ।