କନକ ବ୍ୟୁରୋ: ଓଡ଼ିଶାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅବହେଳା ଅଭିଯୋଗ । ନର୍ସିଂ ପରୀକ୍ଷା ଫଳରେ ଅନୀୟମିତତା ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଲେ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀଙ୍କୁ କେଉଁ କାରଣରୁ ଅଯୋଗ୍ୟ ଘୋଷିତ କରାଗଲା ସେନେଇ ପ୍ରଶ୍ନ କରିଛନ୍ତି ।

Advertisment

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭା ଅଧିନରେ ନର୍ସିଂ ଅଫିସର ପଦବୀ ପାଇଁ ବାହାରିଥିଲା ବିଜ୍ଞାପନ । ପ୍ରାୟ ୨୦ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪ ହଜାର ଶହେ ଜଣ ଶହେ ଜଣ ଉତୀର୍ଣ୍ଣ ହୋଇଥିଲେ । ଏନେଇ ବିଧିବିଧ ଭାବେ ପ୍ରକାଶ ପାଇଥିଲା ମେରିଟ୍ ଲିଷ୍ଟ । ଉତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ଡକ୍ୟୁମେଂଟ ଯାଂଚ ପାଇଁ ସିଡିଏମଓଙ୍କ କାର୍ଯ୍ୟାଳୟକୁ ଡକାଯାଇଥିଲା । ସବୁ ଡକ୍ୟୁମେଂଟ ଠିକ୍ ଥିବା ସତ୍ୱେ ଶତାଧିକ ପରୀକ୍ଷାର୍ଥୀଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ ।