କନକ ବ୍ୟୁରୋ: ରୋଗୀଙ୍କୁ ରକ୍ତ ଦେବାକୁ ନେଇ କଟକ ଏସସିବି ମେଡିକାଲରେ ନର୍ସିଂ ଅଫିସର ଏବଂ ହାଉସ ସର୍ଜନ ମୁହାଁମୁହିଁ। ଘଟଣାରେ ହାଉସ ସର୍ଜନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ନର୍ସିଂ ଅଫିସରମାନେ ଅଧିକ୍ଷକଙ୍କ ଅଫିସ ଘେରାଉ କରିଥିବା ବେଳେ ହାଉସ ସର୍ଜନ ମଧ୍ୟ ତାଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁସାରେ, ଗତ ରବିବାର ଏସସିବି ମେଡିସିନ୍ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ଡ୍ୟୁଟିରେ ଥିବା ନର୍ସିଂ ଅଫିସର ସ୍ନେହସୁଧା ସାହୁ ଜଣେ ହାଉସ୍ ସର୍ଜନଙ୍କୁ ଜଣାଇଥିଲେ। ମାତ୍ର ସେ ବିଳମ୍ବରେ ଆସିବାରୁ ପ୍ଲାଜମା ରକ୍ତ ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଥିଲେ ସ୍ନେହସୁଧା। ଏପରିକି ସ୍ନେହସୁଧାଙ୍କୁ କିଛି ହାଉସ୍ ସର୍ଜନ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ନେହସୁଧା ସାହୁ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଘଟଣା ପରେ ଏସସିବି ଅଧୀକ୍ଷକ ଏକ ତଦନ୍ତ କମିଟି ଗଠନ କରିଛନ୍ତି। କମିଟିର ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧିକ୍ଷକ ।