କନକ ବ୍ୟୁରୋ: ଧାରଣାରୁ ଓହରିଲେ କୋଭିଡ ହସ୍ପିଟାଲର ସ୍ୱାସ୍ଥକର୍ମୀ । ବିଭିନ୍ନ ସମସ୍ୟା ନେଇ ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀଠାରେ ଥିବା କୋଭିଡ ହସପିଟାଲ ନର୍ସମାନେ ଆନ୍ଦୋଳନରେ ବସିଥିଲେ । ଆବଶ୍ୟକ ଉପକରଣ ଦେବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ଦାବିରେ ନର୍ସମାନେ ଏହି ଆନ୍ଦୋଳନ କରୁଥିଲେ ।

Advertisment

publive-image

ବ୍ରହ୍ମପୁର ବଡ ମେଡିକାଲ ସୁପରିଟେଣ୍ଡଂଟଙ୍କ ଅଫିସ ସମ୍ମୁଖରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ଉପଜିଲ୍ଲାପାଳ ଘଟଣାସ୍ଥଲରେ ପହଂଚି ଆଲୋଚନା କରିଛନ୍ତି । ଦାବି ପୂରଣ କରିବା ନେଇ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଛନ୍ତି ସ୍ୱାସ୍ଥ୍ୟକର୍ମୀ । ଶୀତଳାପଲ୍ଲୀରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି ।