ଚାକିରିରୁ ଅବସର ପରେ ସୃଷ୍ଟି କରିଛନ୍ତି ନର୍ସରୀ: ଲାଗିଛି ଭଳି କି ଭଳି ଗଛର ଚାରା 

125

କନକ ବ୍ୟୁରୋ: ଭଳି କି ଭଳି ଗଛର ଚାରା ଲାଗିଛି  । ଫୁଲ ହେଉ କି ଫଳ, ଚାରା ନେବାକୁ ଏଠାକୁ ପାଖ ଓ ଦୂରରୁ ଛୁଟିଆସନ୍ତି ଲୋକ  । ଏହେଉଛି ସାମନ୍ତ ସିଂହାର ସ୍ୱାଇଁଙ୍କ ବନଦୁର୍ଗା ନର୍ସରୀ  । ଏଠାରେ ଦେଶବିଦେଶର ଫୁଲ ଓ ଫଳର ଚାରା ମିଳୁଛି  । ରାଜ୍ୟ ଉଦ୍ୟାନ ବିଭାଗରେ ଆର୍ଗୋନୋମିଷ୍ଟ ଭାବେ ଅବସର ପରେ ସେ ତିଆରି କରିଛନ୍ତି ଏହି ନର୍ସରୀ  । ରାତିପାହିଲେ ଗହିଳି ଜମେ ଏଠାରେ  । ଏହାସହ ସେ ଏକ ସେଓ ବଗିଚା ମଧ୍ୟ କରିଛନ୍ତି । ଏସବୁରେ ତାଙ୍କୁ ପତ୍ନୀ ଆରତୀ ଭରପୁର ସହାୟତା କରିଆସିଛନ୍ତି ।

ବନଦୁର୍ଗା ନର୍ସରୀ ନାନା ପ୍ରଜାତିର ଫୁଲ ଏବଂ ଫଳଚାରାର ସମ୍ଭାର ଗ୍ରାହକମାନଙ୍କୁ ଆକୃଷ୍ଟ କରିଥାଏ  । ପ୍ରତି ଦିନ ଦୂରଦୁରାନ୍ତରୁ ଗ୍ରାହକ ଚାରାଟିଏ ନେବା ପାଇଁ ଆସନ୍ତି ଏଠାକୁ । ବନଦୁର୍ଗା ନର୍ସରୀରେ ଏବେ ୧୦ ଜଣ କର୍ମଚାରୀ କାର୍ଯ୍ୟରତ  । ଘର ପାଖରେ ରହି ରୋଜଗାର କରିପାରୁଥିବାରୁ ସେମାନେ ଖୁସି ଅଛନ୍ତି  ।