କନକ ବ୍ୟୁରୋ: ଭଳି କି ଭଳି ଗଛର ଚାରା ଲାଗିଛି । ଫୁଲ ହେଉ କି ଫଳ, ଚାରା ନେବାକୁ ଏଠାକୁ ପାଖ ଓ ଦୂରରୁ ଛୁଟିଆସନ୍ତି ଲୋକ । ଏହେଉଛି ସାମନ୍ତ ସିଂହାର ସ୍ୱାଇଁଙ୍କ ବନଦୁର୍ଗା ନର୍ସରୀ । ଏଠାରେ ଦେଶବିଦେଶର ଫୁଲ ଓ ଫଳର ଚାରା ମିଳୁଛି । ରାଜ୍ୟ ଉଦ୍ୟାନ ବିଭାଗରେ ଆର୍ଗୋନୋମିଷ୍ଟ ଭାବେ ଅବସର ପରେ ସେ ତିଆରି କରିଛନ୍ତି ଏହି ନର୍ସରୀ । ରାତିପାହିଲେ ଗହିଳି ଜମେ ଏଠାରେ । ଏହାସହ ସେ ଏକ ସେଓ ବଗିଚା ମଧ୍ୟ କରିଛନ୍ତି । ଏସବୁରେ ତାଙ୍କୁ ପତ୍ନୀ ଆରତୀ ଭରପୁର ସହାୟତା କରିଆସିଛନ୍ତି ।
ବନଦୁର୍ଗା ନର୍ସରୀ ନାନା ପ୍ରଜାତିର ଫୁଲ ଏବଂ ଫଳଚାରାର ସମ୍ଭାର ଗ୍ରାହକମାନଙ୍କୁ ଆକୃଷ୍ଟ କରିଥାଏ । ପ୍ରତି ଦିନ ଦୂରଦୁରାନ୍ତରୁ ଗ୍ରାହକ ଚାରାଟିଏ ନେବା ପାଇଁ ଆସନ୍ତି ଏଠାକୁ । ବନଦୁର୍ଗା ନର୍ସରୀରେ ଏବେ ୧୦ ଜଣ କର୍ମଚାରୀ କାର୍ଯ୍ୟରତ । ଘର ପାଖରେ ରହି ରୋଜଗାର କରିପାରୁଥିବାରୁ ସେମାନେ ଖୁସି ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/vlcsnap-2021-10-17-21h33m14s348.png)