କୋଲକାତା ନିଆଁ ଲିଭିନି ,ସେପଟେ ଆଉ ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ଉତ୍ତରାଖଣ୍ଡରେ ଜଘନ୍ୟକାଣ୍ଡ,

କୋଲକାତା ନିଆଁ ଲିଭିନି ,ସେପଟେ ଆଉ ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ଉତ୍ତରାଖଣ୍ଡରେ ଜଘନ୍ୟକାଣ୍ଡ,

କନକ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଅସନ୍ତୋଷର ନିଆଁ ଜଳୁଛି। ଏହାରି ଭିତରେ ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଉତ୍ତରାଖଣ୍ତରୁ ଆସିଥିବା ଘଟଣା ଜାଣିବା ପରେ ଆପଣମାନେ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ ହେବେ। ନିଶ୍ଚିତ ଭାବେ ନିଜକୁ ନିଜେ ପ୍ରଶ୍ନ କରିବେ, କଣ ମଣିଷ ଭିତରେ ମରିଯାଇଛି ମଣିଷ ପଣିଆ। ପଶୁ ପାଲଟିଯାଇଛନ୍ତି କିଛି ନର ପିପାଶୁ। ଉତ୍ତରାଖଣ୍ଡରେ ଜଣେ ନର୍ସଙ୍କୁ ଅପରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି।

ମହିଳା ଜଣକ ଜୁଲାଇ ୩୦ରେ ହସ୍ପିଟାଲ ଯାଇ ଘରକୁ ଫେରିନଥିଲେ। ଏନେଇ ତାଙ୍କ ଝିଅ ଥାନାରେ ଏତଲା ଦେଇଥିଲେ। ଏତଲାର ୯ ଦିନ ପରେ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମୋର୍ଟମ ରିପୋର୍ଟରୁ ଜଣାପଡ଼ିଛି ତାଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ଜଣାପଡିଛି।

ମହିଳା ଜଣକ ଉତ୍ତରାଖଣ୍ଡର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସିସିଟିଭି ଫୁଟେଜରୁ ଜଣାପଡିଥିଲା ଯେ, ମହିଳା ଜଣକ ଘଟଣା ଦିନ ହସ୍ପିଟାଲରୁ ବାହାରିବା ପରେ ଏକ ଇ-ରିକ୍ସାରେ ଘରକୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କୁ ପିଛା କରି ତାଙ୍କ ଆପାର୍ଟମେଣ୍ଟ ପର୍ୟ୍ୟନ୍ତ ଯାଇଥିଲା। ସେହିଠାରୁ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲା। ଅଗଷ୍ଟ ୮ରେ ମୃତଦେହ ଠାବ କରିବା ପରେ ଘଟଣାର ପର୍ଦ୍ଦାଫସ କରିଛି ପୁଲିସ। ଅଭିଯୁକ୍ତ ଜଣକ ମହିଳାଙ୍କ ଫୋନ୍ ସହ ୩,୦୦୦ ଟଙ୍କା ଚୋରି କରି ନେଇଥିଲା। ସେହି ଫୋନ୍ ମାଧ୍ୟମରେ ହିଁ ଅଭିଯୁକ୍ତକୁ ଧରିବା ସହଜ ହୋଇଥିବା ପୁଲିସ କହିଛି। ଅଭିଯୁକ୍ତ ଧର୍ମେନ୍ଦ୍ର ଉତ୍ତର ପ୍ରଦେଶରେ ଦିନ ମଜୁରିଆ ଭାବେ କାମ କରୁଥିଲା। ଘଟଣା ପରେ ସେ ରାଜସ୍ଥାନ ଚାଲି ଯାଇଥିଲା। ସେହିଠାରୁ ତାକୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe