ନର୍ସ ନିହାରୀକାର ହତ୍ୟାକାଣ୍ଡକୁ ନେଇ ବଡ଼ ଖୁଲାସା। ପୁଲିସ ଡିଜି କହିଲେ, କଟକରେ କରାଯାଇଛି ହତ୍ୟା,ଅଖାରେ ପୁରାଇ ବାଇକରେ ନେଇଥିଲା ହତ୍ୟାକାରୀ

Advertisment
ନର୍ସ ନିହାରୀକାର ହତ୍ୟାକାଣ୍ଡକୁ ନେଇ ବଡ଼ ଖୁଲାସା। ପୁଲିସ ଡିଜି କହିଲେ, କଟକରେ କରାଯାଇଛି ହତ୍ୟା,ଅଖାରେ ପୁରାଇ ବାଇକରେ ନେଇଥିଲା ହତ୍ୟାକାରୀ

କନକ ବ୍ୟୁରୋ: ନର୍ସ ନିହାରୀକା ହତ୍ୟାକାଣ୍ଡକୁ ନେଇ ବଡ଼ ଖୁଲାସା । କଟକରେ ନିହାରୀକାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ପୁଲିସ ଡିଜି । ହତ୍ୟା ପରେ ଅଖାରେ ପୁରାଇ ମୃତ ଦେହ ବାଇକରେ ନେଲା ବେଳେ ସିସିଟିଭିରେ ଦୃଶ୍ୟ କଏଦ ହୋଇଛି । ପୁଲିସ ହାତରେ ସିସିଟିଭି ଫୁଟେଜ ଲାଗିଥିବା ଡିଜି ବିକେ ଶର୍ମା କହିଛନ୍ତି । ଗତକାଲି  ନିହାରୀକାଙ୍କ ପୁରୁଷ ବନ୍ଧୁ ଥାନାରେ ଆତ୍ମସମର୍ପଣ କରିଥିଲା । ନିହାରୀକା ହତ୍ୟାକାଣ୍ଡ ନେଇ ରାଜାଙ୍କୁ ଗୁପ୍ତ ସ୍ଥାନରେ ପଚରାଉଚରା କରୁଥିଲା ।

publive-image

ଗତ ୮ ତାରିଖରୁ ନିହାରୀକା ନିଖୋଜ ଥିଲା ।  ଏନେଇ ପରିବାର ଲୋକ କଟକ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଗତ ୧୭ ତାରିଖରେ ଜଗତସିଂହପୁର ବିଲୁଆଖାଇ ନଦୀ ପଠାରୁ ମିଳିଥିଲା ନିହାରୀକାଙ୍କ ମୃତଦେହ । ପୁଲିସ ହତ୍ୟାକାଣ୍ଡ ନେଇ ଛାନଭିନ କରିବା ପରେ ରାଜାର  ହତ୍ୟା  ପଛରେ ହାତ ଥିବା ସନ୍ଦେହ କରି ଖୋଳତାଡ କରିଥିଲେ । ରାଜା ଫେରାର ଥିବା ବେଳେ  ତାଙ୍କ ବାପା, ଭାଇ ଓ ୪ ଜଣଙ୍କୁ ଅଟକ ରଖିଥିଲା ପୁଲିସ । ଏହା ପରେ ଗତକାଲି ବିରିଡି ଥାନାରେ ପହଚିଂଥିଲା ରାଜା ।

publive-image

ତେବେ ସିସିଟିଭିରେ ଯେଉଁ ବ୍ୟକ୍ତି ଜଣକ କ୍ୟାମେରାରେ କଏଦ ହୋଇଥିଲେ ସେ ରାଜା ନା ଆଉ କିଏ ତାକୁ ନେଇ ବର୍ତ୍ତମାନ ସସପେନ୍ସ ଜାରି ରହିଛି । ରାଜା ହିଁ ନିରାହୀକାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ପୁଲିସ୍ ପକ୍ଷରୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ନର୍ସ ନିହାରୀକାଙ୍କ ହତ୍ୟା ପଛରେ ରାଜାର ହାତ ଅଛି ନା ଏଥିରେ ଅନ୍ୟ କିଏ ସଂପୃକ୍ତ ଅଛନ୍ତି । ହତ୍ୟାକାଣ୍ଡ ପଛର କାରଣ କଣ ହୋଇପାରେ । ଏମିତି କିଛି ପ୍ରଶ୍ନର ଉତର ଖୋଜାଚାଲିଛି । ଅପରାହ୍ନରେ ଏନେଇ ଜଗତସିଂହପୁର ଏସପି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇପାରନ୍ତି ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe