ନର୍ସ ନିହାରୀକା ହତ୍ୟାକାଣ୍ଡକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି: କହିଲା, ତଦନ୍ତ ପ୍ରକିୟାକୁ ଅଣଦେଖା କରିଛି ପୁଲିସ;ହତ୍ୟାକାରୀକୁ ଧରିବା ପାଇଁ ଦେଲା ୪୮ ଘଂଟାର ମହଲତ

Advertisment
ନର୍ସ ନିହାରୀକା ହତ୍ୟାକାଣ୍ଡକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି: କହିଲା, ତଦନ୍ତ ପ୍ରକିୟାକୁ ଅଣଦେଖା କରିଛି ପୁଲିସ;ହତ୍ୟାକାରୀକୁ ଧରିବା ପାଇଁ ଦେଲା ୪୮ ଘଂଟାର ମହଲତ

କନକ ବ୍ୟୁରୋ: ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ହତ୍ୟା ଘଟଣାରେ ତଦନ୍ତ ପ୍ରକିୟାକୁ ଅଣଦେଖା ପୁଲିସ ଓ ପ୍ରଶାସନ ଅଣଦେଖା କରିଛି । ନିଖୋଜ ହେବା ନେଇ ମଧୁପାଟଣା ଥାନାରେ ଏଫଆଇଆର ହୋଇଥିଲା । ଏମଏମ ମେଡିକେୟାର ପକ୍ଷରୁ ଘଟଣାର ତଦନ୍ତ ପାଇଁ ଅନୁରୋଧ କରାଯାଇଥିଲା, ହେଲେ ପୁଲିସ ଏହାକୁ ହାଲୁକା ଭାବେ ନେଇଥିବା ଅଭିଯୋଗ କରିଛି ବିଜେପି । ଯଦି ଠିକ ସମୟରେ ପୁଲିସ ଅନୁସନ୍ଧାନ କରିଥାନ୍ତା, ନିହାରିକା ଜୀବନ ବଂଚିଯାଇଥାନ୍ତା । ଏହି ଘଟଣା ପାଇଁ ପୁଲିସ ଓ ପ୍ରଶାସନ ଦାୟୀ ବୋଲି ବିଜେପି କହିଛି । ହତ୍ୟାକାରୀକୁ ଧରିବାକୂୁ ୪୮ ଘଂଟାର ମହଲତ ଦେଇଛି ବିଜେପି ।

publive-image

କଟକରୁ ନିଖୋଜ ହୋଇଥିବା ନର୍ସଙ୍କ ହାତଗୋଡ଼ ବନ୍ଧା ଗଳିତ ଶବ ବିରିଡ଼ି ନିକଟ ବିଲୁଆଖାଇ ନଦୀରୁ ମିଳିବା ଘଟଣା ନୂଆ ମୋଡ଼ ନେଇଛି। ବିଜେପି ମହିଳା ମୋର୍ଚ୍ଚାର ଏକ ୧୦ଜଣିଆ ଟିମ୍ ଗତକାଲି ଘଟଣାସ୍ଥଳରେ ପହଞ୍ଚି ମାମଲାର ଛାନଭିନ୍ କରିବା ସହ ସମଗ୍ର ଘଟଣାକ୍ରମକୁ ନିନ୍ଦା କରିଛନ୍ତି। ମୃତ ନିହାରିକାଙ୍କ ପରିବାରକୁ ଏହି ପ୍ରତିନିଧି ଦଳ ସାନ୍ତ୍ବନା ଦେବା ସହ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଅସମର୍ଥ ବୋଲି କହିଛି ବିଜେପି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe