ନିହାରିକା ମୃତ୍ୟୁ ମାମଲାରେ ନୂଆମୋଡ: ଆତ୍ମସମର୍ପଣ କଲା ଫେରାର ପ୍ରେମିକ ରାଜା । ହତ୍ୟା ଉପରୁ ହଟିପାରେ ପରଦା

ନିହାରିକା ମୃତ୍ୟୁ ମାମଲାରେ ନୂଆମୋଡ: ଆତ୍ମସମର୍ପଣ କଲା ଫେରାର ପ୍ରେମିକ ରାଜା । ହତ୍ୟା ଉପରୁ ହଟିପାରେ ପରଦା

କନକ ବ୍ୟୁରୋ: ନର୍ସ ନିହାରିକା ମୃତ୍ୟୁ ମାମଲାରେ ଆସିଲା ନୂଆମୋଡ । ପୋଲିସ ପାଖରେ ଆତ୍ମସମର୍ପଣ କଲା ନିହାରିକାଙ୍କ ବୟଫ୍ରେଣ୍ଡ । ଜଗତସିଂହପୁର ବିରିଡି ଥାନାରେ ନିଜେ ଆସି ଧରାଦେଲା ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଓରଫ ରାଜା । ନିହାରିକା ମୃତ୍ୟୁ ପରଠାରୁ ରାଜା ଫେରାର ଥିଲା । ଗତ ଦୁଇ ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନର୍ସ ନିହାରିକାଙ୍କ ମୃତଦେହ ମିଳିଥିଲା ।

publive-image

ହାତ ଗୋଡ ବନ୍ଧା ହୋଇ ଏକ ଅଖା ଭିତରୁ ନିହାରିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ କଟକର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ ନିହାରିକା । ମୃତଦେହ ମିଳିବା ପରେ ତାଙ୍କ ପ୍ରେମିକ ଉପରେ ପୋଲିସର ସନ୍ଦେହ ବଢିଥିଲା । ଆଉ ଶେଷରେ ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଛି ରାଜା । ରାଜା ଆତ୍ମସମର୍ପଣ କରିବା ପରେ ମୃତ୍ୟୁ ଉପରୁ ଗୁମର ଫିଟିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe