କନକ ବ୍ୟୁରୋ: ନର୍ସ ନିହାରିକା ମୃତ୍ୟୁ ମାମଲାରେ ଆସିଲା ନୂଆମୋଡ । ପୋଲିସ ପାଖରେ ଆତ୍ମସମର୍ପଣ କଲା ନିହାରିକାଙ୍କ ବୟଫ୍ରେଣ୍ଡ । ଜଗତସିଂହପୁର ବିରିଡି ଥାନାରେ ନିଜେ ଆସି ଧରାଦେଲା ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଓରଫ ରାଜା । ନିହାରିକା ମୃତ୍ୟୁ ପରଠାରୁ ରାଜା ଫେରାର ଥିଲା । ଗତ ଦୁଇ ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନର୍ସ ନିହାରିକାଙ୍କ ମୃତଦେହ ମିଳିଥିଲା ।
ହାତ ଗୋଡ ବନ୍ଧା ହୋଇ ଏକ ଅଖା ଭିତରୁ ନିହାରିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ କଟକର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ ନିହାରିକା । ମୃତଦେହ ମିଳିବା ପରେ ତାଙ୍କ ପ୍ରେମିକ ଉପରେ ପୋଲିସର ସନ୍ଦେହ ବଢିଥିଲା । ଆଉ ଶେଷରେ ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଛି ରାଜା । ରାଜା ଆତ୍ମସମର୍ପଣ କରିବା ପରେ ମୃତ୍ୟୁ ଉପରୁ ଗୁମର ଫିଟିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/RAJA-1.jpg)
/kanak/media/post_attachments/wp-content/uploads/2019/09/PRAMIKA-750x430-1-300x172.jpg)