କନକ ବ୍ୟୁରୋ: କେରଳ ରାଜ୍ୟର ପାଲକ୍କାଡ଼ ଜିଲ୍ଲା ପ୍ରାଥମିକ ସ୍ୱାସ୍ଥ୍ରକେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା । ଜଣେ ନର୍ସଙ୍କ ବେପରୁଆ କାମ ଯୋଗୁଁ ଶିଶୁର ଜୀବନ ସଙ୍କଟାପନ୍ନ ହୋଇଛି । ୫ ଦିନର ଶିଶୁକୁ ଗୋଟିଏ ଟିକା ଦେବା ବଦଳରେ ୫ଟି ଟିକା ଦିଆଯିବାରୁ ଶିଶୁଟି ଗୁରୁତର ଅସୁସ୍ଥ ହୋଇପଡିଛି । ଫଳରେ ଶିଶୁକୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

Advertisment

ଭ୍ୟାକ୍‌ସିନ୍‌ ଓଭରଡୋଜ୍‌ ହେବା ଯୋଗୁଁ ଶିଶୁଟିକୁ ଜିଲ୍ଲା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାଟି ବୁଧବାର ଦିନ ଘଟିଥିଲା। ଛୁଆଟିକୁ ‘ବିସିଜି’ ଟିକା ଦିଆଇବା ପାଇଁ ତା’ର ବାପାମାଆ ନାଦିରଶାହା ଓ ସିବିନା ପିରାୟିଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେମାନେ ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରି ‘ପ୍ରସ୍‌କ୍ରିପ୍‌ସନ୍‌’ ନେଇ ଟିକା କେନ୍ଦ୍ରକୁ ଗଲେ। ଦୁହେଁ ଅଭିଯୋଗ କରିଛନ୍ତି ଯେ, ସେମାନେ ଯାଇ ‘ଡିୟୁଟି ନର୍ସ’ ଚାରୁଲତାଙ୍କୁ ଭେଟି ‘ବିସିଜି’ ଟିକା ନେବାକୁ ଆସିଥିବା କଥା କହିଥିଲେ। କିନ୍ତୁ, ନର୍ସ ଏଥିରେ ଉତ୍‌କ୍ଷିପ୍ତ ହୋଇଗଲେ ଓ ଛୁଆଟିକୁ ‘ବିସିଜି’ ସହିତ ‘ଆଇଭିପି’, ‘ପିସିଭି’, ‘ଓପିଭି’ ଓ ‘ରୋଟାଭାଇରସ୍‌’ ଟିକା ବି ଦେଇଦେଲେ। ଅଭିଯୋଗ ଆଧାରରେ ନର୍ସ ଚାରୁଲତାଙ୍କୁ ନିଲମ୍ବିତ କରାଗଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।