ହସ୍ପିଟାଲ୍ ତରଫରୁ ଶିଶୁକୁ ମିଳିଲା ୨୨୯ କୋଟି ଟଙ୍କା ! ହେଲେ କାହିଁକି ?
ଆମେରିକାର ଜର୍ଜିଆରେ ଏକ ହସ୍ପିଟାଲ ଏବେ ଜଣେ ୪ ବର୍ଷୀୟ ଶିଶୁକୁ ୨୨୯କୋଟି ଟଙ୍କା ଦେବ ବୋଲି ଜଣା ପଡ଼ିଛି । ହସ୍ପିଟାଲର ଜଣେ ନର୍ସ କରିଥିବା କାମ ପାଇଁ ଅଦାଲତ ହସ୍ପିଟାଲକୁ ଏହି କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଜନ୍ମ ହେବାର ୧୮ ଦିନ ହୋଇଥିବା ବେଳେ ହସ୍ପିଟାଲର ଜଣେ ନର୍ସ ଭୁଲବଶତଃ ଶିଶୁଟିର ଗୁପ୍ତାଙ୍ଗ କାଟି ଦେଇଥିଲେ । ଏହା ପରେ ଶିଶୁର ଅସ୍ତ୍ରୋପଚାର କରାଇ ଗୁପ୍ତାଙ୍ଗ ଯୋଡ଼ିବା ପରିବର୍ତ୍ତେ ଡାକ୍ତର ଏବଂ ନର୍ସ ମିଶି ଶିଶୁର ଗୁପ୍ତାଙ୍ଗକୁ ଫ୍ରିଜ୍ରେ ରଖିବା ସହ ରକ୍ତାକ୍ତ ଶିଶୁକୁ ପରିବାର ଲୋକଙ୍କ ହାତରେ ଧରାଇଥିଲେ । ଘରକୁ ଯିବା ପରେ ଶିଶୁର ମା’ ଶିଶୁଟିର ଗୁପ୍ତାଙ୍ଗ ନଥିବା ସହ ରକ୍ତର ବାହାରୁଥିବା ଦେଖିଥିଲେ । ଏହା ପରେ ଶିଶୁର ମା’ ପୁଲିସ ଆଗରେ ଅଭିଯୋଗ କରିଥିଲେ । ୨୦୧୩ରେ ଘଟିଥିବା ଏହି ଘଟଣାକୁ ନେଇ ଅଦାଲତରେ ଅନେକ ଥର ଶୁଣାଣି କରାଯାଇଥିଲା । ଏହା ସହ ବାରମ୍ବାର ଶିଶୁଟିର ଅସ୍ତ୍ରୋପଚାର କରାଯିବା ପରେ ଏବେ ଶିଶୁଟିର ଗୁପ୍ତାଙ୍ଗ ପ୍ରତିରୋପଣ କରାଯାଇଥିବା ଜଣା ପଡ଼ିଛି । କିନ୍ତୁ ଏହା କେତେ ଦୂର ଲାଭଦାୟକ ହେବ ତାହା କୁହାଯାଇ ପାରିବ ନାହିଁ ବୋଲି ଡ଼ାକ୍ତର କହିଛନ୍ତି । ଅନ୍ୟ ପକ୍ଷରେ କିଛି ବର୍ଷର ଶୁଣାଣି ପରେ ଏବେ ଅଦାଲତ ଲାଇଫ୍ ସାଇକେଲ ପେଡ଼ିଆଟ୍ରିକ୍ସ ହସ୍ପିଟାଲକୁ ୨୨୯କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ଆଦେଶ ଦେଇଥିବା ସୂଚନା ମିଳିଛି ।